ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ପୁରୀ ଅଫିସ,୧।୪: ପୁରୀ ମାଉସୀ ମା’ ମନ୍ଦିରରୁ ଲୁଟ୍‌ ଅଭିଯୋଗ ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟ୍‌ରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିବା ପରେ ଏହା ଭିତରେ ଥିବା ଆଉ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ୍‌ପାଟ୍‌ କରିଛନ୍ତି ।

ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି ଲୁଟେରା । ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ସଠିକ ଭାବରେ ଜଣାପଡ଼ିନାହିଁ। ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କ ରୁପା ଅଳଙ୍କାର ବି ଚୋରି କରିଛନ୍ତି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।