ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର

ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍‌ ହୋଇଛି। ୪ ଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି। ୫ ଶହଟି ସୁନା ଅଳଙ୍କାର ପ୍ୟାକେଟ୍‌ ୪ଟି ଟ୍ରଙ୍କରେ ରଖାଯାଇଥିଲା। ଉକ୍ତ ୪ ଟ୍ରଙ୍କକୁ ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ଏପରିକି ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଏହି ଲୁଟ୍‌ କରିଥିବା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସିସିଟିଭି ଆଧାରରେ ମହାବିରୋଡ଼ ପୋଲିସ ଘଟଣାର ତନାଘନା ଚଳାଇଛି।

Share