ହିଞ୍ଜିଳିକାଟୁ,୨୬ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଇଁଚବଣିଆ ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଶନିବାର ମଧ୍ୟାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ୩ ଭରି ଓଜନର ହାର ଲୁଟି ନେଇଛନ୍ତି। ଏଥିନେଇ ଲୁଟ୍ର ଶିକାର ହୋଇଥିବା ହିଞ୍ଜିଳିକାଟୁ ଶ୍ୟାମଳାଇ ନଗରର ବାସନ୍ତୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତୁରନ୍ତ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛି।
ସୂଚନାଯୋଗ୍ୟ, ବାସନ୍ତୀ ଏବଂ ତାଙ୍କ ଭାଇ ଭଗବାନ ପାଣିଗ୍ରାହୀଙ୍କ ସହ ମିଶି ଜଗନ୍ନାଥ ବିହାର ୪ର୍ଥ ଲାଇନରେ ଚାଲିଥିବା ଘର କାମ ଦେଖିବାକୁ ଯାଇଥିଲେ। ସେଠାରୁ ଫେରି ଏକ ଗାଡ଼ି ଶୋ’ ରୁମ୍ରେ ବାସନ୍ତୀଙ୍କୁ ଛାଡ଼ି ଭଗବାନ ନିଜ ଗ୍ରାମ ଶେରାଙ୍କୁଡ଼ା ଚାଲି ଯାଇଥିଲେ। ବାସନ୍ତୀ ଏକାକୀ ରାସ୍ତାରେ ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ଏକ ନୀଳ ରଙ୍ଗର ବାଇକ୍ରେ ୨ ଜଣ ଅଜଣା ଯୁବକ ହେଲମେଟ୍ ପିନ୍ଧି ବାସନ୍ତୀଙ୍କୁ ଠେଲି ତଳେ ପକାଇ ସେ ପିନ୍ଧଥିବା ୩ ଭରି ଓଜନର ହାରକୁ ଲୁଟି ନେଇଥିଲେ। ଏ ନେଇ ଥାନାରେ କେସ୍ ନଂ ୪୬୧/୨୦ରେ ଏକ ମାମଲା ରୁଜୁ ହୋଇଛି। ଲୁଟେରାଙ୍କ ଦ୍ୱାରା ହୋଇଥିବା ଛିନ୍ତାଇ ସିସିଟିଭି ଫୁଟେଜକୁ ପୋଲିସ ସଂଗ୍ରହ କରି ତଦନ୍ତ ଜାରି ରଖିଛି।