ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ ୪ ମହିଳା। ତେବେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସା ଜିମା ଦେଇଛନ୍ତି। କିନ୍ତୁ ଉକ୍ତ ୪ ଜଣ ମହିଳା ଛୋଟ ଛୋଟ ପିଲା ଧରିଥିବାବେକେ ସେମାନଙ୍କୁ ଦୟା କରି ଲିଖିତ ଚୁକ୍ତି କରି ଛାଡିଦେଇଥିବା ଜଣାପଡିଛି ।

ପ୍ରକାଶ ଯେ, ସିମନବାଡି ଗ୍ରାମର ସାରୁମାହା ସାହିର ସୀମାଦ୍ରୀ ନାୟକଙ୍କ ଘରକୁ କିଛିଦିନ ତଳେ କିଛି ମହିଳା ଚୁଡି ବିକ୍ରିପାଇଁ ଆସିଥିଲେ। ଚୁଡି ବିକ୍ରିବେଳେ ସୀମାଦ୍ରୀଙ୍କ ପରିବାର ସହ ପରିଚୟ ସୃଷ୍ଟି କରିବା ସହ ବିଶ୍ୱାସ ବଢ଼ାଇଥିଲେ। ମାଳି, ମଙ୍ଗଳସୂତ୍ରକୁ ସୁନ୍ଦର ଭାବେ ଗୁନ୍ଥି ଦେବୁ କହି ଭରସା ଦେଇଥିଲେ। ଏଥିରେ ସୀମାଦ୍ରୀଙ୍କ ପରିବାର ରାଜି ହେବାରୁ ପୂର୍ବ ପ୍ରସ୍ତୁତି ଓ ଅବିକଳ ପିତଳର ମଙ୍ଗଳସୂତ୍ର ନେଇ ସୀମାଦ୍ରୀଙ୍କ ଘରେ ମହିଳା ମାନେ ପହଞ୍ଚିଥିଲେ। ସମସ୍ତ ମହିଳା ହିନ୍ଦୀଭାଷୀ ଥିଲେ। ସେମାନେ ମଙ୍ଗଳସୂତ୍ର ଗୁନ୍ଥିବା ସମୟରେ ସୁନା ମଙ୍ଗଳସୂତ୍ରକୁ ଚଞ୍ଚକତା କରି ନେଇ ପିତଳର ଅବିକଳ ମଙ୍ଗଳସୂତ୍ର ଦେଇ ସେଠାରୁ ଚାଲିଯାଇଥିଲେ। ତେବେ ସେମାନେ ଯିବା ପରେ ସୀମାଦ୍ରୀଙ୍କୁ ମଙ୍ଗଳସୂତ୍ରଟି ନକଲି ବୋଲି ଜାଣି ସେମାନଙ୍କୁ ଧରିବାକୁ ଦୌଡ଼ି ଯାଇ ବାଟରେ ଗ୍ରାମବାସୀଙ୍କ ସହାୟତାରେ ଧରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ସୀମାଦ୍ରୀ ଉକ୍ତ ମହିଳାମାନଙ୍କୁ ଦୟା କରି ଛାଡିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେଲା ମହିଳାମାନେ ସିମନବାଡି ପଞ୍ଚାୟତ ସଲାବାଡି ଛକରେ ରହି ଗାଁ ଗାଁ ବୁଲି ଏଭଳି ବୁଲା ବିକାଳୀ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri