ପଦ୍ମପୁର(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ଲୁଟ୍ ହୋଇଛି। ବାସୁଦେବପୁର ବ୍ଲକ ଅଧୀନ ରଘୁପୁର ଗ୍ରାମର ଶରତ ବେହେରା ବ୍ୟାଙ୍କରୁ ଟଙ୍କା ଉଠାଇ ମେଡିକାଲ ସାମ୍ନାକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ବାଇକ୍ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଯାଇଥିଲେ। ବ୍ୟାଗ୍ରେ ୧ଲକ୍ଷ ୬୦ ହଜାର
ଟଙ୍କା ଥିବା ନେଇ ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।