ସକାଳୁ ସକାଳୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଗାଁରେ ବୁଧବାର ସକାଳୁ ଚୋରି ହୋଇଛି। ଦୁର୍ବୃତ୍ତ ଲକ୍ଷ୍ମୀଧର ମହାନ୍ତଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ଏକ ମଙ୍ଗଳସୂତ୍ର, ସୁନା ଓ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀଧର ଏକ ସ୍କୁଲରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଅଙ୍ଗନଓ୍ବାଡି ୱାର୍କର ଭାବେ କାର୍ଯ୍ୟ କରନ୍ତି । ଉଭୟ ଘରେ ତାଲା ଦେଇ କାମକୁ ଗଲା ପରେ ଦୁର୍ବୃତ୍ତ ଘରେ ପଶିଥିଲେ।

Share