ପୁରୀ, ୫।୩ : ଚାଲିଥିଲା ରିସ୍ପେଶନ ପାର୍ଟି। ପ୍ରାୟ ସମସ୍ତେ ନିଜନଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ବ୍ୟସ୍ତତାର ସୁଯୋଗ ନେଇ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା। ସେମାନେ ଅତିଥି ହୋଇ ଆସିଲେ, ପାର୍ଟିରେ ଖାଇଲେ ମଜା ନେଲେ ପରେ ସୁଯୋଗ ଦେଖି ସୁନା ଓ ଟଙ୍କା ଥିବା ବ୍ୟାଗ ଟଙ୍କା ଲୁଟି ନେଲେ।
ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
ବିବାହ ଉତ୍ସବରେ ଅତିଥି ହୋଇ ଆସିଥିବା ଦୁଇ ଚୋରଙ୍କ ନଜର ଉକ୍ତ ବ୍ୟାଗ ଉପରେ ଥିଲା। ବ୍ୟାଗ୍ ନିକଟରେ କେହି ନ ଥିବା ଦେଖି ସେମାନେ ବ୍ୟାଗ ଧରି ଫେରାର ହୋଇଯାଇଥିଲେ। ଜଣେ ଦୁର୍ବୃତ୍ତ ବାହାରେ ଅପେକ୍ଷା କରିଥିବାବେଳେ ଆଉ ଜଣେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ ହୋଇଛି। ଗହଳି କମିବା ପରେ ଟଙ୍କା ବ୍ୟାଗ୍ ନ ପାଇବାରୁ ସିସିଟିଭି ଚେକ୍ କରାଯାଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Posted inଆମ ଜିଲା ଖବର, ପୁରୀ