ଘରେ ପଶି ଟଙ୍କା,ଗହଣା ଲୁଟ୍‌

ରୂପ୍‌ସା,୨୪।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ରଘୁନାଥ ପାତ୍ରଙ୍କ ଘରୁ ଟଙ୍କା, ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଘରେ ପଶି ଏକ ବାକ୍ସକୁ ବାହାରକୁ ନେଇ ଚାବି ଭାଙ୍ଗିଦେଇଥିଲେ। ଏହାପରେ ନଗଦ ୨୨ ହଜାର ଟଙ୍କା, ରୁପା ପାଉଁଜି ଏକ ହଳ, ସୁନା ପଲା ଏକ ହଳ, ସୁନା କାନଫୁଲ ଏକ ହଳ ଏବଂ ବିଭିନ୍ନ ଦରକାରୀ କାଗଜପତ୍ର ନେଇ ଚମ୍ପଟ ମାରିଛନ୍ତି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share