ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଖଲ୍ଲିକୋଟ,୫ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆ ପାଟ ନିକଟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,ଭାରତ ଫାଇାନ୍ସର କର୍ମଚାରୀ ଏଚ୍‌ ବାହାଡ଼ାପଲ୍ଲୀ ଗ୍ରାମରୁ ଟଙ୍କା କଲେକ୍ସନ କରି ଖଲ୍ଲିକୋଟ ଫେରୁଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ମାଡ଼ ମାରି ଫାଇନସ କର୍ମଚାରୀଙ୍କଠାରୁ ୧ ଲକ୍ଷ ୨୮ହଜାର ଟଙ୍କା ଲୁଟି ନେଇ ଯାଇଥିବା ବୁଧବାର ରାତିରେ ଥାନାରେ ଜଣାଇଛନ୍ତି। ଖବର ଲେଖା ହେବା ସୁଦ୍ଧା ପୋଲିସଠାରୁ କିଛି ଉତ୍ତର ଜଣାପଡ଼ିନାହିଁ।