Categories: ଜାତୀୟ

ଅଡି କାରରେ ଆସିଲେ, ସାଇକେଲ ଆରୋହୀଙ୍କ ଠାରୁ ଟଙ୍କା ଲୁଟିନେଲେ

ଜୟପୁର, ୦୮।୦୭: ରାଜସ୍ଥାନର ଜୟପୁରରେ ଅଡିକାରରେ ଆସି ଜଣେ ସାଇକେଲ ଆରୋହୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ପୀଡ଼ିତ ଯୁବକ ଜଣକ ସାଇକେଲରେ ଯାଉଥିବା ସମୟରେ ଅଡି କାରରେ ଆସି ୪ ଜଣ ଲୋଟେରା ତାଙ୍କୁ ଅଟକାଇଥିଲେ । ସେ ରହିଯିବା ପରେ ତାଙ୍କୁ ସେମାନେ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ତାଙ୍କ ପକେଟ୍‌ରୁ ୫ ହଜାର ଟଙ୍କା ଲୁଟି ପୁଣି ଗାଡ଼ିରେ ବସି ଫେରାର ହୋଇଯାଇଥିଲେ । ଏ ଘଟଣାର ସମସ୍ତ ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।

ଏହି ଘଟଣା ଜୟପୁରର ଇମଲି ଫାଟକ ପାଖରେ ଘଟିଛି । ରବିବାର ପାଖାପାଖି ୪.୧୩ ମିନିଟ୍‌ରେ ଦୁଇ ଭାଇ ଆଶିଷ୍‌ କୁମାର ଏବଂ ମନୋଜକୁମାର କରତାରପୁରରୁ ଇମଲି ଫାଟକ ଆଡ଼କୁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସି ଅଡିକାରଟି ତାଙ୍କ ଆଗରେ ଅଟକି ଥିଲା । କାରରୁ ୪ ଜଣ ବାହାରି ମାଡ଼ ମାରିବା ସହ ଟଙ୍କା ଲୁଟିନେଇଥିଲେ ।

Share