ନୟାଗଡ଼ ଅଫିସ/ଓଡଗଁା,୧୫ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଦରପଦା-ଓଡଗଁା ରାସ୍ତାର ଆମ୍ବେରାପୁର ପୋଲ ନିକଟରେ ଶନିବାର ଜଣେ ମହିଳା ଜିଆରଏସ୍ଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୪୫ହଜାର ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଓଡଗଁା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶରଧାପୁର ପଞ୍ଚାୟତରେ ଥିବା ମହିଳା ଜିଆରଏସ୍ ଆମ୍ବେରାପୁର ଗଁାର ଗାୟତ୍ରୀ ଖଣ୍ଡେଇ ବାଉଁଶଗାଡିଆରେ ଭତ୍ତା ଟଙ୍କା ବାଣ୍ଟି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋରେ ୨ ଲୁଟେରା ତାଙ୍କ ସ୍କୁଟି ଅଟକାଇ ଲୁଟ୍ପାଟ କରିଥିଲେ।