ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ଗୁଳିକରି ୬ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଏହି ଆକ୍ରମଣର ଶିକାର ବିହାର ରାଜ୍ୟ ବିକ୍ରମଗଞ୍ଜ ଥାନା ଇଲାକାର ଧନଗାଈ ଅଞ୍ଚଳର ଶେଷନାଥ ପ୍ରସାଦ ଗୁପ୍ତା ଓ ରୂପେଶ କୁମାର ହୋଇଥିବା ଜଣାପଡ଼ିଛି। ଦୁହିଁଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ତେବେ ଘଟଣାସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଶେଷନାଥ ଓ ରୂପେଶ ତାଳଚେର ଶର୍ମା ଛକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୋଳ ଆସୁଥିବା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି।

Share