ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ

ଖୋର୍ଦ୍ଧା ଅଫିସ,୭।୭ : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ପଟ୍ଟନାୟକ ଜୁଏଲାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ୨ ଜଣ ଦୁବୃର୍ତ୍ତ ସଟର ତାଡି ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ଖବରପାଇ ସଦର ଡିଏସପି ସୁଶିଲ ମିଶ୍ର, ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଦୋକାନ ସିସିଟିଭି ଯାଞ୍ଚ କରିଛନ୍ତି।
ମିଳିଥିବା ସୂଚନା ମୁତାବକ ଗୁରୁଜଙ୍ଗ ଦେୱାନ ସାହିର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ସୁନାଅଳଙ୍କାର ଦୋକାନ ରହିଛି। ଲକଡାଉନ ଲାଗି ଦୋକାନ ପ୍ରାୟ ବନ୍ଦ ରହିଛି। ବୁଧବାର ସକାଳେ ଦୋକାନ ସଟର ତଡାଯାଇଥିବା ଏବଂ ସୁନା ଅଳଙ୍କାର ନ ଥିବା ଦେଖିବାକୁ ପାଇଥିଲେ। ପୋଲିସ ସିସିଟିଭି ଯାଞ୍ଚ୍‌ କରିଛି। ଜଣେ ଦୁବୃର୍ତ୍ତ ବାହାରେ ରହିଥିବା ବେଳେ ଅନ୍ୟ ଜଣେ ଦୋକାନ ଭିତରେ ପଶି ଚୋରି କରୁଥିବା ସିସିଟିଭିରେ କଏଦ ହୋଇଛି।