ତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ

ପଦ୍ମପୁର,୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଫକୀରପୁର ଗ୍ରାମର ତାରିଣୀ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଛି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ମୁକୁଟ, ଠାକୁରାଣୀଙ୍କ ସୁନା ଚିତା, ରୂପା ଅଳଙ୍କାର ସମେତ ହୁଣ୍ଡିରେ ଥିବା ସମସ୍ତ ଦାନ ଟଙ୍କା ଲୁଟି ନେଇଛନ୍ତି। ସକାଳେ ଗ୍ରାମବାସୀମାନେ ଏ ନେଇ ନଏକାନିଡ଼ିିହି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣସ୍ଥେଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share