ରାଜଧାନୀରେ ମାତିଲେ ଲୁଟେରା: ଇନ୍ସପେକ୍ଟରଙ୍କଠାରୁ ଝାମ୍ପିନେଲେ ମୋବାଇଲ୍‌

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରା ମାତିଛନ୍ତି। ନୟାପଲ୍ଲୀ ଓ ଖାରବେଳନଗର ଥାନା ଅଞ୍ଚଳରୁ ଲଗାତର ଦୁଇଜଣ ମହିଳା ଲୁଟ୍‌ର ଶିକାର ହୋଇଥିବାବେଳେ ବୁଧବାର ଲୁଟେରାଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ପୋଲିସ ଇନ୍ସପେକ୍ଟର। ସେ ହେଲେ କମିଶନରେଟ ପୋଲିସର ସିକ୍ୟୁରିଟି ଓ୍ବିଙ୍ଗ୍‌ରେ କାର୍ଯ୍ୟରତ ଭାଗିରଥୀ କାଣ୍ଡି। କ୍ୟାପିଟାଲ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଭାଗିରଥୀ ବୁଧବାର ଅପରାହ୍ନ ୪ଟାରେ ନ’ ତାଲା ନିକଟ ଅଫିସରୁ ୟୁନିଟ୍‌-୫ ଚନ୍ଦନେଶ୍ୱର ମନ୍ଦିର ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ପଛରୁ ଆସି ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରିଥିଲେ। କମିଶନରେଟ ପୋଲିସ ଅଞ୍ଚଳରେ ଖୋଦ୍‌ ପୋଲିସ ନିଜେ ଅସୁରକ୍ଷିତ ହୋଇପଡୁଥିବାବେଳେ ସହରବାସୀଙ୍କ ସୁରକ୍ଷା କିପରି ଥିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।

Share