ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ ଦାରା ପରିଚାଳିତ ଏହି ବହୁ ପୁରାତନ ଚନ୍ଦ୍ରଶେଖର ମହେଶ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଭିତରେ ଥିବା ହୁଣ୍ଡି ଭାଙ୍ଗି ଭକ୍ତଙ୍କ ଦାନ ଲକ୍ଷାଧିକ ଟଙ୍କା ଚୋରି କରିନେଇଛନ୍ତି। ଆଜି ଅଭିଯୋଗ ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟେକ ଦୁଇ ବର୍ଷରେ ଥରେ ହୁଣ୍ଡିର ଟଙ୍କା ଗଣତି ହୁଏ। କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ହେଲା ହୁଣ୍ଡି ଖୋଲା ଯାଇ ନ ଥିବାରୁ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି।