ଭୋଗରାଇ,୨୬ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି।
୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ମାରିବା ସହିତ ଭୟଭୀତ କରି ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇ ପଶ୍ଚିମବଙ୍ଗ ଦୀଘା ରାସ୍ତାରେ ଚମ୍ପଟ ମାରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ କରୁଛି।