ଘରେ ପଶି ଟଙ୍କା,ସୁନା ଲୁଟିନେଲେ

ବୈଶିଙ୍ଗା,୨୮ା୭(ରତନ ଦାଶ):  ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କୁଆଶୋଳ ଗ୍ରାମର ଗୌରୀଶଙ୍କର ବେହେରାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଗୁରୁବାର ଗୌରୀଶଙ୍କର କୌଣସି କାମରେ ବାଲେଶ୍ୱର ଯାଇଥିଲେ। ଘରେ କେହି ନ ଥିବା ସୁଯୋଗରେ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା(୨ଟି ସୁନା ଚେନ, ୬ଟି ମୁଦି, ୬ଟି କାନଫୁଲ ଏବଂ ଗୋଟେ ସୁନା ବ୍ରେସ୍‌ଲେଟ )ସମେତ ଜମି କିଣିବା ପାଇଁ ରଖିଥିବା ନଗଦ ୪ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୨୮୮/୨୩) ରୁଜୁ କରି ତଦନ୍ତ ଜାରି ରଖିଛି।