ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ: ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍‌

ଭୁବନେଶ୍ୱର,୭।୩(ବ୍ୟୁରୋ): ଦିନକୁଦିନ ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ବିଶେଷକରି ଏହି ଲୁଟେରାମାନେ ମହିଳାମାନଙ୍କୁ ଟାର୍ଗେଟ କରି ଛିନ୍‌ତାଇ କରୁଛନ୍ତି। ରବିବାର ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ। ଆଜି ସକାଳେ ଜଣେ ମହିଳା ଫୁଲ ତୋଳିବାକୁ ଘରୁ ବାହାରକୁ ଯାଇଥିବା ବେଳେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ନେଇଥିଲେ। ଏନେଇ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Share