ସାକ୍ଷୀଗୋପାଳ,୨୮।୧୨(ଡି.ଏନ୍.ଏ): ପୁରୀ ଜିଲା ସାକ୍ଷୀଗୋପାଳ ବଜାର ଚନ୍ଦନପୋଖରୀ ନିକଟ ସେଣ୍ଟ୍ରାଲବ୍ୟାଙ୍କ ଅଳଗୁମ ଶାଖାରୁ ସୋମବାର ରାତିରେ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାର୍ଶ୍ୱ ଝରକା ଗ୍ରୀଲକାଟି ସେଠାରେ ଲାଗିଥିବା ଉଇଣ୍ଡୋ ଏସି ବାହର କରିଥିଲେ। ସେହି ରାସ୍ତାରେ ବ୍ୟାଙ୍କ ଭିତରକୁ ପସିବାକୁ ସକ୍ଷମ ହୋଇଥିଲେ। ବ୍ୟାଙ୍କ ଭିତରେ ଲାଗିଥିବା। ସିସିକ୍ୟାମେରା ଭାଙ୍ଗି ମ୍ୟାନେଜର, କ୍ୟାସିଅର, ଆକାଉଣ୍ଟାଟ ଓ କିରାଣୀଙ୍କ ଟେବୁଲ ଡ୍ର ସହିତ ଆଲମିରାରୁ କାଗଜପତ୍ର ଏଣେ ଫିଙ୍ଗି ଦେଇଥିବା ଦେଖାଯାଉଛି। ମଙ୍ଗଳବାର ର୍ପୁାହ୍ନରେ ବ୍ୟାଙ୍କ ଖୋଲିବା ପରେ ଏହି ଘଟଣା ସମ୍ପର୍କରେ କର୍ମଚାରୀମାନେ ଜାଣିଥିଲେ। ଖବରପାଇ ସତ୍ୟାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିଛନ୍ତି। ଫୋରେନ୍ସିକ ଟିମ ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ବ୍ୟାଙ୍କ ଲକର୍ ଖୋଲିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସୁରକ୍ଷିତ ରହିଛି।