ଲକ୍‌ଡାଉନ୍‌ରେ ଲୁଟ୍‌ ଉଦ୍ୟମ: କଟିଲା ମହିଳାଙ୍କ ବେକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ଏଥିରେ ମହିଳା ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି। ରାଜଧାନୀର ନୟାପଲ୍ଲୀ ଭିଆଇପି ଅଞ୍ଚଳର ମୁଖ୍ୟ ରାସ୍ତାରେ ଏ ଘଟଣା ଘଟିଛି। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ, ମହିଳା ଜଣଙ୍କ ଚାଲି ଚାଲି ଯିବା ପରେ ଦୁର୍ବୃତ୍ତ ତାଙ୍କ ପାଖକୁ ଆସି କିଛି କହୁଛନ୍ତି। ପରେ ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ଆଘାତ କରୁଛନ୍ତି ମହିଳା ଜଣଙ୍କ ଜୋରରେ ଚିତ୍କାର କରିବାରୁ ଦୁର୍ବୃତ୍ତ ସେଠାରୁ ପଳାଉଛନ୍ତି। ତେବେ କିଛି ବାଟ ଯାଇ ସେ ପୁଣି ମହିଳାଙ୍କ ନିକଟକୁ ଦୌଡୁଛନ୍ତି। ତେବେ ମହିଳା ଜଣଙ୍କ ରାସ୍ତାର ଅପରପାର୍ଶ୍ୱକୁ ପଳାଇଛନ୍ତି ଓ ଦୁର୍ବୃତ୍ତ ସେଠାରୁ ପଳାଉଛନ୍ତି।

Share