ଫାୟାରିଂ କରି ଲୁଟ ଘଟଣା: ୫ ଗିରଫ

କଟକ,୧୭।୯: କଟକ ମତଗଜପୁର ଅଞ୍ଚଳରେ ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ କନ୍ଦରପୁର ଥାନା ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ସମେତ ୬ ଜଣ ଦୁର୍ବୃତ୍ତ ଟଙ୍କା ଲୁଟ କରିଥିଲେ । ଚାରି ରାଉଣ୍ଡ ଫାୟାରିଂ କରି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ସମସ୍ତ ଲୁଟେରାଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ଲାଗି ଟିମ ମଧ୍ୟ ଗଠନ ହୋଇଥିଲା। ଶେଷରେ ୧୦ ଦିନ ପରେ ପୋଲିସକୁ ସଫଳତା ମିଳିଛି ।

Share