ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଢେଙ୍କାନାଳ ଅଫିସ୍‌,୩।୧୦: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବରପଦାଠାରେ ଏସବିଆଇ ଏଟିଏମରୁ ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଥିଲା ବୋଲି ଜଣାପଡିଛି। ଏଟିଏମଟି ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରାସ୍ତା କଡରେ ଥିବାବେଳେ ଏଟିଏମର ପଛପଟ କାନ୍ଥ ଭାଙ୍ଗି ଡକାୟତମାନେ ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଥିବା ଅନୁମାନ କରାଯାଉଛି। ଏଟିଏମର ପଛପଟ କଂକ୍ରିଟ କାନ୍ଥ ତାଡି ଗ୍ୟାସ କଟର ସାହାଯ୍ୟରେ ଏଟିଏମ ଲୁଟ କରିଛନ୍ତି ଡକାୟତ। ବରପଦା ଛକ ନିକଟସ୍ଥ କାଜୁ ଜଙ୍ଗଲରୁ ସନ୍ଦେହ ଜନକ ଭାବେ ଏକ କାର ଜବତ କରିଛି ପୋଲିସ। ବ୍ୟାଙ୍କ ୪ଦିନ ଛୁଟି ଥିବାରୁ ଅଧିକ ପରିମାଣର ଟଙ୍କା ଲୋଡ କରାଯାଇଥିଲା। ଏନେଇ ଗଁନ୍ଦିଆ ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି।

Share