ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟସ୍ଥ ବାବା ଅଳେଶ୍ୱର ଶୈବ ପୀଠର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ରମ୍ଭା ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।
ସୂଚନାନୁଯାୟୀ, ମନ୍ଦିର ପୂଜକ ମଙ୍ଗଳବାର ୬ଟାରେ ମନ୍ଦିର କବାଟ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ଭୋର୍‌ ୫ଟାରେ ମନ୍ଦିରକୁ ଯିବାବେଳେ ମନ୍ଦିରରେ ରହିଥିବା ହୁଣ୍ଡି ଭଙ୍ଗାଯାଇ ସମସ୍ତ ଦାନ ଟଙ୍କା ଚୋରି ହୋଇଯାଇଥିବା ଜାଣିବା ପରେ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ। ଏକ ବର୍ଷ ହେଲା ଦାନ ହୁଣ୍ଡି ଖୋଲା ଯାଇ ନ ଥିବା ବେଳେ ଆସନ୍ତା ୨୨ ତାରିଖରେ ଦାନ ହୁଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏକ ବର୍ଷ ହେଲା ହୁଣ୍ଡି ଖୋଲା ଯାଇ ନ ଥିବାରୁ ସେଥିରେ ଲକ୍ଷାଧିକ ଟଙ୍କା ରହିଥିଲା ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ଅନୁମାନ କରାଯାଇଛି।
ପ୍ରକାଶ ଥାଉକି, ଏହା ପୂର୍ବରୁ ବୋରିଗାଁ ନିକଟରେ ରହିଥିବା ଝାଡ଼େଶ୍ୱର, କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ୱର ଓ ସର୍ତୁସୋଲ ଗ୍ରାମ ନିକଟସ୍ଥ ମୁକ୍ତେଶର ମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର

ହିଞ୍ଜିଳିକାଟୁ, ୨୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ବିଜୟ ସେଠୀଙ୍କ ଠେଙ୍ଗା ମାଡ଼ରେ ବା ସଞ୍ଜୟ...

ମହାଶିବରାତ୍ରି ପାଇଁ ସଜେଇ ହେଉଛି ଶୈବପୀଠ

ବୁଗୁଡ଼ା,୨୩।୨(କାଳିଚରଣ ଦାଶ): ମହାଶିବରାତ୍ରି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ସଜେଇ ହୋଇଛି। ଚଳିତବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା...

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ...

ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଅନ୍ୟ ଦୋକାନକୁ ବ୍ୟାପିଥିଲା ନିଆଁ

ବ୍ରହ୍ମପୁର,୨୨।୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ଲାଠି ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ୫ଟି ଦୋକାନ ଜଳିଯାଇଛି। ଜଳଖିଆ ଦୋକାନ ଭିତରେ...

ମହିଳାଙ୍କ ରହସ୍ୟମୟ ନିଖୋଜ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଚାନ୍ଦପୁର ପଞ୍ଚାୟତ ବେଲପନ୍ଥି ଗ୍ରାମର ରଞ୍ଜନ କୁମାର ଗୌଡ଼ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଗତ ୧୭ ଦିନ...

ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଛତ୍ରପୁର,୨୨ା୨(ସନ୍ତୋଷ ପାଢୀ/ ଦିଲ୍ଲୀପ ସାମଲ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁର...

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image