ରାଜଧାନୀରେ ମାତିଲେ ଦୁର୍ବୃତ୍ତ: ଯୁବତୀଙ୍କଠାରୁ ଲୁଟିନେଲେ ମୋବାଇଲ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରସୁଲଗଡ଼ କେନାଲ ରୋଡ ଅଞ୍ଚଳରେ ଜଣେ ଯୁବତୀଙ୍କଠାରୁ ଗୁରୁବାର ଦିନ ଦ୍ୱି’ପ୍ରହରରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ମୋବାଇଲ ଲୁଟିନେଇଛନ୍ତି। ଫଳରେ ଯୁବତୀ ଜଣକ ସ୍କୁଟିରୁ ପଡି ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏ ନେଇ ମଞ୍ଚେଶ୍ୱର ଥାନାରେ ଯୁବତୀଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି।

Share