ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌: ୩ ଗିରଫ, ମିଳିଲା ଅଫେରା ଧନ

ସୋରଡ଼ା,୨୪।୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌ ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତ ମାନଙ୍କୁ ଗିରଫ କରିଛି। ଏହା ସହ ଲୁଟ ସୁନା ଟଙ୍କା ଜବତ କରି ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ ବଡଦାଣ୍ଡର ବ୍ୟବସାୟୀ ଦିନବନ୍ଧୁ ଚୌଧୁରୀଙ୍କୁ ଫେରସ୍ଥ କରିଛି। ୨୨ ଭରି ସୁନା ଅଳଙ୍କାର, ନଗଦ  ଦୁଇଲକ୍ଷ ଅଣାନବେ ହଜାର,୨ ଟି ମୋବାଇଲ ସାର୍ବସାଧାରଣଙ୍କ ଉପସ୍ଥିତିରେ ଆଇଆଇସି ରମେଶ କୁମାର ପ୍ରଧାନ,ଏସ୍‌ଆଇ କୈଳାଶ ଚନ୍ଦ୍ର ସାହୁ, ସୁକାନ୍ତି ଦେଇ ପ୍ରମୁଖ ଦୀନବନ୍ଧୁଙ୍କୁ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ବ୍ୟାଗ୍‌  କିଣିବା ବହାନାରେ ଦୀନବନ୍ଧୁଙ୍କ ଦୋକାନ ରେ ପଶି ଖାରିଗୁଡା ଗ୍ରାମର ସୁଧାଂଶୁ କୁମାର ଗଉଡ, ସନାତନ ଗଉଡ, ଉମା ଗଉଡ ବନ୍ଧୁକ ଦେଖାଇ ଲୁଟ କରିଥିଲେ । ପୋଲିସ ଦିନବନ୍ଧୁଙ୍କ ଏତଲାକୁ ଭିତ୍ତିକରି  ୨୬୫/୨୦୨୩ରେ ମାମଲା ରୁଜୁକରି ବିଭିନ୍ନ  ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ୪ ଦିନରେ ସେମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା ।
Share