
ଜି.ଉଦୟଗିରି,୨।୪(ଶିଶିର ପଟ୍ଟନାୟକ):ଜି. ଉଦୟଗିରି ସହରରେ ମା’ ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଛି । ପ୍ରଥମେ ପାଟଭୁକ୍ତା ଶରଣ ପଞ୍ଜର ମାଝୀ, ଅଧିକାରୀ ଲାଲୁ ପରିଛା, ଅସ୍ମିନ ନାୟକ ସମେତ ୧୩ ଭୁକ୍ତା କାମନା ମନ୍ଦିରରେ କାଠକୁ କାଠ ଘଷି ଅଗ୍ନି ସଂଯୋଗ କରିବା ପରେ। ଦଣ୍ଡକୁ ଖବାହାର କରିଥିଲେ। ଏହା ପରେ ନଦୀକୁ ଯାଇ ମା’ ରୁଦ୍ରକାଳୀ ଓ ପ୍ରଭୂ ଆନନ୍ଦେସ୍ବରଙ୍କୁ ଦଣ୍ଡୁଆମନେ ସ୍ନାନ ସାରି ପୂଜା ଅର୍ଚ୍ଚନା କରିବା ପରେ ଶହ ଶହ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ। ନଦୀ ତୁଠରୁ ଠାକୁରଙ୍କୁ ଢୋଲ ମହୁରୀ ବଜାଇ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ମନ୍ଦିରକୁ ଅଣାଯାଇଥିଲା ବୁଧବାର ଠାରୁ ମାନସିକଧାରୀମାନଙ୍କ ଦାଣ୍ଡରେ ଦଣ୍ଡ ପ୍ରଦର୍ଶନ ହେବ । ଜି ଉଦୟଗିରି ରୁଦ୍ରକାଳୀଙ୍କ ଦଣ୍ଡ ବହୁ ପୁରାତନ ଏହାକୁ ନେଇ ଅନେକ ଲୋକକଥା ରହିଛି ବୋଲି ବିଣାକର ଅସ୍ମିନ ନାୟକ କହିଛନ୍ତି।