ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ

ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପର୍ବପର୍ବାଣି ପାଳନ କରାଯାଉଥିବା ବେଳେ କାର୍ତ୍ତିକ ମାସରେ ଏହି ପୀଠର ସ୍ବତନ୍ତ୍ରତା ବାରି ହୋଇପଡ଼େ। ପୂଣ୍ୟମାସ ମହାକାର୍ତ୍ତିକରେ ରାଇ ଦାମୋଦର ପୂଜା କରୁଥିବା ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲଗାନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ସୋମବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଛି। ପ୍ରତୁଷ୍ୟରୁ ମନ୍ଦିର ଦ୍ବାର ଫିଟା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅକାଶ ପରେ ଆକର୍ଷଣୀୟ ନଟବର ବେଶରେ ଠାକୁର ସଜ୍ଜିତ ହୋଇଛନ୍ତି। ଏହି ବେଶରେ ଠାକୁର ପାଟ ପିତାମ୍ବରୀ, ପାଟଡୋରି, ପାଉଁଜିମାଳ, ଙ୍ଗେପାଟିଆ, ବାଙ୍କି, ନୂପୁର, ତାବିଜ, ଚାପସରୀ, ହରଡ଼ଫାଳ ମାଳ, ମକର କୁଣ୍ଡଳ, ନୁଡୂକ, ହୀରା ମୁଦ୍ରିକା, ମୟୂର ଚନ୍ଦ୍ରିକା ଖଚିତ ସୁବର୍ଣ୍ଣ କୀରିଟି, ସୁବର୍ଣ୍ଣ ବଂଶୀ ସହିତ ପ୍ରଭାଘୋଡ଼ରେ ଡାଳିଲତା ଓ ଗଳାରେ ଅଧରମାଳ, ମଥାରେ ପାଟିଚନ୍ଦନ ଚିତା ଧାରଣ କରି ଛନ୍ଦାଚରଣ ନୃତ୍ୟରତ ଭଙ୍ଗୀରେ ଶୋଭା ପାଇଥିଲେ। ଠାକୁରଙ୍କ ବାମପାଶର୍‌ବରେ ରାଧାରାଣୀ, ହାତରେ ଆଲଟ ଧାରଣ କରି ସେବା କରିବା ନିମିତ୍ତ ଦଣ୍ଡାୟମାନ ରହିଥିବା ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥିଲା। ଏହି ବେଶ ପ୍ରତ୍ୟହ ସକାଳ ୯ଟାରୁ ବାଳଧୂପ ଶେଷ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ମିଳିଥାଏ। ପହିଲି କାର୍ତ୍ତିକରୁ ବାଳଧୂପ ସମୟରେ ସନ୍ତରାଶ ଲୀଳା ସଙ୍ଗୀତ ପରିବେଷଣ ସାଙ୍ଗକୁ ଆଳତି ଦର୍ଶନ, କାର୍ତ୍ତିକ ପୁରାଣପାଠ ଓ ସାରେ ତୁଳସୀ ଚଉରା ପାଖରେ ଆକାଶ ଦୀପଦାନ କାର୍ତ୍ତିକ ମାସ ତମାମ ଶ୍ରଦ୍ଧାଳୁମାନଙ୍କ ସହ କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳୀମାନଙ୍କର ବେଶ୍‌ ଭଡ଼ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ

ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ...

ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି...

ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା

ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ...

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri