୨୩ରୁ ସାଧାରଣ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ

ପୁରୀ ଅଫିସ୍‌,୪।୮: ଆସନ୍ତା ୧୬ତାରିଖ ଖୋଲିବ ଶ୍ରୀମନ୍ଦିର। ୧୬ରୁ ୨୦ ପର୍ଯ୍ୟନ୍ତ ୫ ଦିନ ଧରି ପୁରୀବାସୀଙ୍କୁ କାଳିଆ ଦର୍ଶନ ପାଇଁ ଛଡାଯିବ। ୨୧ ଓ ୨୨ ତାରିଖ ଶଟ୍‌ଡାଉନ ଥିବାରୁ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା କରାଯାଇଛି। ସେହି ୨ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯିବ। ୨୩ ତାରିଖରୁ ସାଧାରଣ ଭକ୍ତ କାଳିଆ ଦର୍ଶନ କରିପାରିବେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବୁଧବାର ଏହି ସୂଚନା ଦେଇଛନ୍ତି।

ଶ୍ରଦ୍ଧାଳୁଙ୍କ ପାଇଁ ଡବଲ ଡୋଜ ଟିକା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ପୂର୍ବର ନେଗେଟିଭ ଆର୍‌ଟି-ପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ସକାଳ ୭ଟା’ରୁ ରାତି ୮ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳିବ। ସପ୍ତାହନ୍ତ ଶଟ୍‌ଡାଉନ ଓ ଜନ୍ମାଷ୍ଟମୀ ଦିନ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଯିବା ମନା କରାଯାଇଛି।

Share