Posted inଜାତୀୟ

ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ

ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍‌ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ କହି ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି।
ସେ କହିଛନ୍ତି, ମୁଁ ଜଗନ୍ନାଥ ଧାମ ପୁରୀରୁ ଆସିଛି। ଆଜି ମୁଁ ଏଠାରେ ଗର୍ବର ସହ କହୁଛି ଜୟ ଜଗନ୍ନାଥ। ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି। କଳିଙ୍ଗ ରାଜା ଅଶୋକଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ଲୋକତନ୍ତ୍ର ସ୍ଥାପିତ ହୋଇଥିଲା। କଳିଙ୍ଗର ସବୁକିଛି ଭଗବାନ ଜଗନ୍ନାଥ। ଆମର ସର୍ବେସର୍ବା ନାରାୟଣ ସ୍ବୟଂ ହେଉଛି ପ୍ରଭୁ ଜଗନ୍ନାଥ। ତାଙ୍କର ପ୍ରତିନିଧି ଗଜପତି ମହାରାଜ। ଏ ଜଗତରନାଥ ରତ୍ନସିଂହାସନରୁ ଓହ୍ଲାଇ ବର୍ଷରେ ଥରେ ଗରିବଙ୍କୁ ଦେଖିବାକୁ ଆସନ୍ତି, ଯେଉଁମାନେ ତାଙ୍କ ପାଖକୁ ଯାଇପାରନ୍ତି ନାହିଁ। ଏହା ହିଁ ହେଉଛି ଲୋକତନ୍ତ୍ର। ଯେତେବେଳେ ପ୍ରଭୁ ରଥାରୁଢ ହୁଅନ୍ତି, ସେତେବେଳେ ଗଜପତି ମହାରାଜ ନିଜ ହାତରେ ଝାଡୁ ଧରି ଜଗନ୍ନାଥଙ୍କ ଆଗରେ ସଫେଇ କରନ୍ତି। ସେଦିନ ସେ ସଫେଇ କର୍ମଚାରୀ ହୋଇଯାନ୍ତି। ଏହି କାରଣରୁ ଓଡ଼ିଶାରେ ଜାତିପ୍ରଥା ନାହିଁ। କାରଣ ଆମ ରାଜାଙ୍କୁ ଝାଡୁ ଧରିବାକୁ ପଡ଼ିଥାଏ। ଏହା ଲୋକତନ୍ତ୍ରର ମହିମା। ଜଗନ୍ନାଥଙ୍କ ସାମ୍ନାରେ ଲୋକତନ୍ତ୍ର ଚାଲିଥାଏ। ମୁଁ ଗର୍ବର ସହ ନିଜକୁ ଉତ୍କଳବାସୀ ବୋଲି କହୁଛି। ଯେଉଁ ପର୍ଯ୍ୟନ୍ତ ସନାତନ ଅଛି,ସେପର୍ଯ୍ୟନ୍ତ ଭାରତବର୍ଷରେ ଲୋକତନ୍ତ୍ର ରହିବ ବୋଲି ସେ କହିଛନ୍ତି। ସମ୍ବିତ ଭାଷଣ ଶୁଣି ବାକି ଏମ୍‌ପିମାନେ ଟେବୁଲ ବାଡେଇ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ, ନିୟମରେ ବଡ଼ ପରିବର୍ତ୍ତନ କଲେ ଓମ ବିର୍ଲା

ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼...

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ...

ଆସାମରେ ବନ୍ୟା ବିତ୍ପାତ, ୧୬ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୪।୭: ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୧୯ଟି...

ଟେଲି ଷ୍ଟାର୍‌ କ୍ରିଷ୍ଟଲ, କରନଙ୍କୁ ଇଡି ଜେରା

ମୁମ୍ବାଇ, ୩।୭: ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍‌ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ...

ହାଥରସ୍‌ ଦଳାଚକଟା ପଛରେ ଷଡ଼ଯନ୍ତ୍ର: ଭୋଲେ ବାବାଙ୍କ ଓକିଲ

ହାଥରସ୍‌,୩ା୭: ହାଥରସ୍‌ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍‌ସଙ୍ଗ ବେଳେ ଭୋଲେ...

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆଡ଼ଭାନୀ

ନୂଆଦିଲ୍ଲୀ, ୪।୭ : ଭେଟେରାନ ଭାଜପା ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ(୯୬) ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

କଙ୍ଗନାଙ୍କୁ ଚାପୁଡ଼ା ମାରି କର୍ନାଟକକୁ ବଦଳି ହେଲେ କୁଲଓ୍ବିନ୍ଦର

ନୂଆଦିଲ୍ଲୀ, ୪।୭: ହିମାଚଳ ପ୍ରଦେଶର ମଣ୍ଡିରୁ ନବ ନିର୍ବାଚିତ ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ଜୁନ୍‌ ୬ରେ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଏସ୍‌ଏଫ୍‌ କନ୍‌ଷ୍ଟେବଳ କୁଲଓ୍ବିନ୍ଦର କୌର...

ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୭: ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri