Advertisement

ନାଗାର୍ଜୁନ ବେଶ ଦିନ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁୁରୋଧ

ପୁରୀ ଅଫିସ, ୨୫।୧୧(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥର ପଞ୍ଚକ ୬ ଦିନ ପଡୁଥିବା ବେଳେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ତେବେ ମହାମାରୀ କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ଏଥିପାଇଁ ଜିଲା ପ୍ରଶାସନ କେତେକ କଟକଣା ଳଗାଇଛି। ପଞ୍ଚକ ୬ ଦିନ ଶ୍ରୀନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ଚାଲି ଚାଲି ପତିତପାବନଙ୍କୁ ଦର୍ଶନ କରି କାକୁଡିଖାଇ ଛକ ଦେଇ ବାହାରିବେ। ସେହିପରି ନାଗାର୍ଜୁନ ବେଶ ଦିନ ବାହାର ଲୋକଙ୍କୁ ପୁରୀ ନ ଆଶିବାକୁ ଅନୁରୋଧ କରିଛି ପ୍ରଶାସନ। ଏଥିସହ ନାଗାର୍ଜୁନ ବେଶ ଦିନ ଭକ୍ତଙ୍କୁ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ ମିଳିିପାରିବ ସେ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରଦ୍ଧାଳୁଙ୍କୁ ଅବଢ଼ା ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ଭବତାରଣା ସାହୁ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share