ମୋ’ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ରହିଛି: ନବୀନ

ଭୁବନେଶ୍ୱର,୨୯ା୫: ଚଳିତ ସାଧାରଣ ନିର୍ବାଚନରେ ବିଜେଡି-ଭାଜପା କଡ଼ା ଟକ୍କର ଚାଲିଛି। ଭାଜପା ବିଜେଡିକୁ ଟାର୍ଗେଟ୍‌ କରୁଥିବା ବେଳେ ବିଜେଡି ଭାଜପାକୁ ଟାର୍ଗେଟ୍‌ କରୁଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧୀଙ୍କୁ ଛାଡ଼ି ନାହାନ୍ତି। ବିରୋଧୀଙ୍କ ମନ୍ତବ୍ୟକୁ ନେଇ ନବୀନ କଡ଼ା ଜବାବ ଦେଇଛନ୍ତି। ନବୀନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର। ମୁଁ ସେମାନଙ୍କୁ ନିଜର ଭାବି ଅନବରତ ଭାବେ ସେବା କରି ଆସୁଛି। ପ୍ରତି ଓଡ଼ିଆଙ୍କ ସୁଖଦୁଃଖରେ ଛିଡ଼ା ହୋଇଛି। ଶେଷ ପର୍ଯ୍ୟନ୍ତ ମଧ୍ୟ ଛିଡ଼ା ହୋଇଥିବି। ବିଶେଷକରି ମିଶନ ଶକ୍ତି ମାଆମାନଙ୍କ ସଫଳତା ମୋତେ ବହୁତ ଆନନ୍ଦ ଆଣି ଦେଇଛି। ଦୁଃଖର କଥା ବାହାର ନେତା ଓଡ଼ିଶା ଆସି ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। କଟୁ କଥା କହୁଛନ୍ତି, ଗାଳିଗୁଲଜ କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନିତ କରେ ନାହିଁ କି କଟୁ କଥା କୁହେ ନାହିଁ। ସାଢ଼େ ୪ କୋଟି ଓଡ଼ିଆ ଏହାର ଜବାବ ଦେବେ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମୋ’ ଉପରେ ରହିଛି। ଓଡ଼ିଆ ମା’, ଭଉଣୀ, ଯୁବଶକ୍ତି ମୋ’ ସହିତ ଅଛନ୍ତି ବୋଲି ନବୀନ କହିଛନ୍ତି।

Share