ଜଗନ୍ନାଥଙ୍କ ଶରଣାପନ୍ନ ହେଲା ପାତି ମାଙ୍କଡ

ପୁରୁଷୋତ୍ତମପୁର, ୨୩।୯(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସଂଧ୍ୟାରେ ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳଥିଲା। ଏକ ପାତି ମାଙ୍କଡ ମନ୍ଦିର ଭିତରେ ପଶି ଜଗନ୍ନାଥଙ୍କୁ ଜାବୁଡି ଧରି ମୁଣ୍ଡ ପୋତି ବସିଥିବାର ଦେଖିବାକୁ ମିଳିଛି। ଏହା ଦେଖି ପୂଜକ ଓ ଉପସ୍ଥିତ ପୋଲିସ କର୍ମଚାରୀମାନେ ମାଙ୍କଡଟିକୁ ମନ୍ଦିର ମଧ୍ୟରୁ ବାହାର କରିବାକୁ ଜେତେ ପ୍ରକାରର ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡଟି ମହାପ୍ରଭୁ ଜଗନ୍ନାଥଙ୍କୁ ଆଦୌ ଛାଡି ନ ଥିଲା। ଏଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଗନ୍ନାଥ ଙ୍କୁ ଜାବୁଡି ଧରି ବସିଥିଲା। ଶେଷରେ ବହୁ କଷ୍ଟରେ ମାଙ୍କଡକୁ ମନ୍ଦିରରୁ ବାହାର କରାଯାଇଥିଲା। ଏହି ଘଟଣା ଏଠାରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମାଙ୍କଡ ମଧ୍ୟ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିବା ନେଇ ଲୋକେ ଆଲୋଚନା କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ଦୀପକ କୁମାର ନିର୍ବାଚିତ

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବାର୍‌ ଆସୋସିଏଶନର ୨୦୨୫-୨୬ ବର୍ଷ ନିମନ୍ତେ ସୁଚାରୁ ରୂପେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମହିଳା ଆଇନଜୀବୀ...

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ

ଛେଣ୍ଡିପଦା,୨୯ା୩ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ବିଜୟୀ ହୋଇଛନ୍ତି। ସେ...

ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ ନିର୍ବାଚନ ବିନା ପ୍ରତିଦ୍ବନ୍ଦ୍ୱିତାରେ ଶେଷ ହୋଇଛି। ପ୍ରତି ପଦବୀ ପାଇଁ ୨ ଜଣ...

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା।...

ସଇଁତଳା ଓକିଲ ସଂଘ ନିର୍ବାଚନ: ସୁବୋଧ ସଭାପତି, ଫିରୋଜ ସମ୍ପାଦକ ନିର୍ବାଚିତ

ସଇଁତଳା,୨୯।୩ (ରାଖାଲ ପ୍ରସାଦ ଶତପଥୀ): ଓଡ଼ିଶା ଓକିଲ ସଂଘର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଇଁତଳା...

ବାଲିଗୁଡ଼ା ବସଷ୍ଟାଣ୍ଡରେ ଦୋକାନ କରି ବିକୁଥିଲେ ବିଦେଶୀ ମଦ ସହ ଗଞ୍ଜେଇ, ବେପାରୀ ଗିରଫ

ବାଲିଗୁଡା,୨୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ...

ବିଧାନସଭା ଆଗରେ ଧାରଣାଦେଉଥିବାବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ନେତା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୯।୩: କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା...

ଅତାବିରା ଓକିଲ ସଂଘ ନିର୍ବାଚନ : ନିରୋଦ ସଭାପତି, ହିତେନ୍ଦ୍ରୀୟ ସମ୍ପାଦକ

ସରଣ୍ଡା, ୨୯।୩(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ନିରୋଦ ଚନ୍ଦ୍ର ମହାକୁଡ ସଭାପତି ନିର୍ବାଚିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image