Advertisement

ଜଗନ୍ନାଥଙ୍କ ଶରଣାପନ୍ନ ହେଲା ପାତି ମାଙ୍କଡ

ପୁରୁଷୋତ୍ତମପୁର, ୨୩।୯(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସଂଧ୍ୟାରେ ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳଥିଲା। ଏକ ପାତି ମାଙ୍କଡ ମନ୍ଦିର ଭିତରେ ପଶି ଜଗନ୍ନାଥଙ୍କୁ ଜାବୁଡି ଧରି ମୁଣ୍ଡ ପୋତି ବସିଥିବାର ଦେଖିବାକୁ ମିଳିଛି। ଏହା ଦେଖି ପୂଜକ ଓ ଉପସ୍ଥିତ ପୋଲିସ କର୍ମଚାରୀମାନେ ମାଙ୍କଡଟିକୁ ମନ୍ଦିର ମଧ୍ୟରୁ ବାହାର କରିବାକୁ ଜେତେ ପ୍ରକାରର ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡଟି ମହାପ୍ରଭୁ ଜଗନ୍ନାଥଙ୍କୁ ଆଦୌ ଛାଡି ନ ଥିଲା। ଏଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଗନ୍ନାଥ ଙ୍କୁ ଜାବୁଡି ଧରି ବସିଥିଲା। ଶେଷରେ ବହୁ କଷ୍ଟରେ ମାଙ୍କଡକୁ ମନ୍ଦିରରୁ ବାହାର କରାଯାଇଥିଲା। ଏହି ଘଟଣା ଏଠାରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମାଙ୍କଡ ମଧ୍ୟ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିବା ନେଇ ଲୋକେ ଆଲୋଚନା କରିବାରେ ଲାଗିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share