Categories: ଜାତୀୟ

‘ଭଗବାନ କୃଷ୍ଣ ସେମାନଙ୍କୁ ଅଭିଶାପ ଦେବେ’

ଲକ୍ଷ୍ନୌ,୪।୧: ସରକାରରେ ଥାଇ ଯେଉଁମାନେ ମଥୁରା ଏବଂ ବୃନ୍ଦାବନ ପାଇଁ କିଛି କରି ନାହାନ୍ତି, ସେମାନଙ୍କୁ ଭଗବାନ କୃଷ୍ଣ ଅଭିଶାପ ଦେବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପୂର୍ବରୁ ଏଭଳି ଢ଼ଙ୍ଗରେ ପୁରୁଣା ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

“କିଛି ଲୋକ ସ୍ବପ୍ନରେ ନିଶ୍ଚିତ ଭାବେ ଭଗବାନ କୃଷ୍ଣଙ୍କୁ ଦେଖୁଥିବେ। ଭଗବାନ ସେମାନଙ୍କ ବିଫଳତା ପାଇଁ କନ୍ଦାଉ ଥିବେ। ଯାହା ତୁମେ କରି ନ ଥିଲ, ତାହା ଭାଜପା ସରକାର କରି ଦେଖାଇଛି। ସରକାରରେ ଥିଲା ବେଳେ ମଥୁରା ଓ ବୃନ୍ଦାବନ ଭଳି ତୀର୍ଥ ସ୍ଥାନ ପାଇଁ କିଛି ନ କରିବାରୁ ଭଗବାନ କୃଷ୍ଣ ସେମାନଙ୍କୁ ଅଭିଶାପ ଦେବେ” ବୋଲି ଅଲିଗଡ଼ଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଅଖିଳେଶ ଯାଦବଙ୍କ ନାମ ନ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟାରେ କହିଥିଲେ, ଗତ ରାତିରେ ଭଗବାନ କୃଷ୍ଣ ସ୍ବପ୍ନକୁ ଆସି ମୁଁ ୟୁପିରେ ସରକାର ଗଢ଼ିବି ବୋଲି କହିଛନ୍ତି। ଭଗବାନ ମୋ ସ୍ବପ୍ନକୁ ଥରେ ନୁହେଁ ନିତିଦିନ ଆସୁଛନ୍ତି।

Share