୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ ମୂର୍ତ୍ତିକୁ ବ୍ରିଟେନ୍‌ରେ ବିକ୍ରି ହୋଇଥିବା ନେଇ ୨୦୦୩ରେ ପୋଲିସକୁ ସୂଚନା ମିଳିଥିଲା। ବ୍ରିଟେନ୍‌ ସରକାରଙ୍କ ଗୋଇନ୍ଦା ବିଭାଗ ମୂର୍ତ୍ତି ଖୋଜିବା ଆରମ୍ଭ କରିଥିଲେ। ଏହା ମିଳିବା ପରେ ୨୦୦୫ରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସକୁ ମୂର୍ତ୍ତି ହସ୍ତାନ୍ତର କରାଯାଇଥିଲା। ୨୦୦୭ ଅଗଷ୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମୂର୍ତ୍ତିର ଯାଞ୍ଚ୍‌ କରାଯାଇଥିଲା। ଏହି ମୂର୍ତ୍ତିକୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯିବ।

Share