ଦିଲଜିତ ଦୋସାଞ୍ଜ ଆଜିକାଲି ତାଙ୍କ ଦିଲ ଲୁମିନାଟି ଟୁର୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟ ପରିଦର୍ଶନ କରି ଦିଲଜିତ୍ ତାଙ୍କ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତେବେ ଏସବୁ ପରେ ମଧ୍ୟ ଗାୟକ ବିବାଦ ଘେରରେ ରହିଛନ୍ତି। ନିକଟରେ ମହାରାଷ୍ଟ୍ର ସରକାର ଦିଲଜିତଙ୍କୁ ଏକ ନୋଟିସ ଜାରି କରିଥିଲେ। ଏଥିରେ ସରକାର ତାଙ୍କୁ ଡ୍ରଗ୍ସ, ମଦ୍ୟପାନ ଇତ୍ୟାଦି ଗୀତ ଗାଇବାକୁ ବାରଣ କରିଥିଲେ। ବର୍ତ୍ତମାନ ଦିଲଜିତ ଏହି ବିଜ୍ଞପ୍ତିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଦିଲଜିତଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହୁଥିବାର ଦେଖାଯାଉଛି, ନିକଟରେ ମୁଁ ମୋ ଟିମ୍କୁ ପଚାରିଥିଲି କି ମୋ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇଛି କି? ମୋ ଟିମ୍ କହିଥିଲା ସବୁକିଛି ଠିକ ଅଛି, କିନ୍ତୁ ସକାଳେ ଉଠିଲି ଜାଣିଲି ଯେ, ମୋ ପାଇଁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ, ସେ ଆଶ୍ୱାସନା ଦେଇଛନ୍ତି ଯେ, ବ୍ୟସ୍ତ ହୁଅନ୍ତୁ ନାହିଁ, ଏସବୁ କେବଳ ନିର୍ଦ୍ଦେଶ କେବଳ ମେ ପାଇଁ। ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ,ମଜା ଦ୍ୱିଗୁଣିତ କରିବ।
ଏହା ପରେ ଦିଲଜିତ୍ ମଧ୍ୟ ସମୁଦ୍ର ମନ୍ଥନର ଉଦାହରଣ ଦେଇଥିଲେ ଏବଂ କହିଥିଲେ ଯେ ଦେବତାମାନଙ୍କୁ ମଧ୍ୟ ଅମୃତ ଗ୍ରହଣ କରିବାକୁ ପଡ଼ିଥିଲା। ଭଗବାନ ଶିବ ହିଁ ଅମୃତ ଛାଡି ବିଷ ନେଇଥିଲେ। ଏଥିରୁ ମୁଁ ଶିଖିଲି ଯେ ଦନିଆ କେବଳ ତୁମ ଉପରେ ବିଷ ପକାଇବ। ଏହା ତୁମ ଉପରେ ନିର୍ଭର କରେ ଯେ, ତୁମେ ଏହାକୁ ଗ୍ରହଣ କରିବ ନା ନାହିଁ। ଲୋକମାନଙ୍କର କାମ ହେଉଛି ତୁମକୁ ବାଧା ଦେବା। ଟ୍ରୋଲରର କାମ ହେଉଛି ତୁମକୁ ସମାଲୋଚନା କରିବା, କିନ୍ତୁ ତୁମେ ଭିତରୁ ବିଚଳିତ ହେବା ଉଚିତ୍ ନୁହେଁ।