Categories: ଜାତୀୟ

ୟୁପିରେ ପ୍ରଭୁ ଶ୍ରୀରାମ, କର୍ନାଟକରେ ହନୁମାନ: ନିର୍ବାଚନୀ ସଭାରେ କହିଲେ ଯୋଗୀ…

ନୂଆଦିଲ୍ଲୀ,୨୬।୪ : କର୍ନାଟକ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ଏହିକ୍ରମରେ ଭାଜପାର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କର୍ନାଟକରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କୁ କର୍ନାଟକ ସହିତ ଯୋଡି ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ଯୋଗୀ କହିଛନ୍ତି, ପ୍ରଭୁ ଶ୍ରୀରାମ ୟୁପିରେ ଅଛନ୍ତି ଆଉ ହନୁମାନ ଜୀ କର୍ନାଟକରେ ଅଛନ୍ତି। ଉତ୍ତରପ୍ରଦେଶରେ କର୍ଫ୍ୟୁ ଅବା କୌଣସି ଦଙ୍ଗା ନାହିଁ । ରାଜ୍ୟରେ ସବୁକିଛି ଠିକ ଅଛି।

ଡବଲ ଇଞ୍ଜିନ ସରକାର ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପିଏଫଆଇକୁ ସମର୍ଥନ କରିବା କାର୍ଯ୍ୟ କରୁଛି।

କର୍ନାଟକର ଡବଲ ଇଞ୍ଜିନ ସରକାର ମୁସଲମାନ ସଂରକ୍ଷଣକୁ ରଦ୍ଦ କରି ଏହାକୁ ଗରିବ ଏବଂ ପଛୁଆବର୍ଗଙ୍କ ମଧ୍ୟରେ ଭାଗ କରିଛନ୍ତି। ଧର୍ମ ଆଧାରରେ ଭାରତ ସଂରକ୍ଷଣ ବିଷୟରେ ଚିନ୍ତା କରିପାରିବ ନାହିଁ। ପୁଣି ଭାରତକୁ ବିଭାଜନ କରିବାକୁ ଚିନ୍ତା କରାଯିବ ନାହିଁ। କେବଳ ଏକ ଡବଲ ଇଞ୍ଜିନ ସରକାର ସୁରକ୍ଷା ଏବଂ ସମୃଦ୍ଧିର ଗ୍ୟାରେଣ୍ଟି ଦେଇପାରିବ। ତେଣୁ କର୍ନାଟକର ଭୋଟର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଯୋଗୀ କହିଛନ୍ତି।

Share