୧୬୦ ବର୍ଷ ପରେ ଶୁଭ ସଂଯୋଗ: ମଳମାସରେ ଏହି କାମ କଲେ ଭଗବାନ ବିଷ୍ଣୁ ହୋଇଥାନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ମଳମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬୦ ବର୍ଷ ପରେ ଏବେ ଶୁଭ ସଂଯୋଗ ଘଟିଛି। ଏଥର ମଳମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ୨୦୨୦ରେ ଏହା ଶେଷ ହେବ। ଅକ୍ଟୋବର ୧୭ରୁ ନବରାତ୍ରୀ ପର୍ବ ଆରମ୍ଭ ହୋଇଯିବ। ଧାର୍ମିକ ମାସର ଆଧିପତି ହେଉଛନ୍ତି ଭଗବାନ ବିଷ୍ଣୁ। ବିଷ୍ଣୁଙ୍କର ଅନ୍ୟନାମ ପୁରୁଷୋତ୍ତମ। ତେଣୁ ଏହି ମଳମାସକୁ ପୁରୁଷୋତ୍ତମ ମାସ କୁହାଯାଏ। ଏହି ମାସରେ କୌଣସି ଶୁଭକାର୍ଯ୍ୟ କରିବା ଉଚିତ ନୁହେଁ। ହେଲେ ଏମିତି କିଛି ରହିଛି ଯାହାକୁ ମଳମାସରେ କଲେ ଲାଭଦାୟକ ହୋଇଥାଏ। ଜାଣିବା ସେ ବିଷୟରେ…

ଭଗବାନ ବିଷ୍ଣୁଙ୍କ ପୂଜା: ମଳମାସରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଏ। ସତ୍ୟନାରାୟଣ ପୂଜା କରିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି । ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ।

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ:
ମଳମାସରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସବୁଠାରୁ ଶୁଭ। ଏପରି କରିବାଦ୍ୱାରା ଘରୁ ସମସ୍ତ ପ୍ରକାରର ଦୋଷ ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ଘରକୁ ଆସିଥାଏ ବୋଲି କୁହାଯାଏ।

ଯଜ୍ଞ ଏବଂ ଅନୁଷ୍ଠାନ: ମଳମାସରେ ଯଜ୍ଞ ଏବଂ ଅନୁଷ୍ଠାନ କରିବା ସର୍ବୋତ୍ତମ। ଏପରି କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ବ୍ରଜଭୂମି ଭ୍ରମଣ: ମଳମାସରେ ଭଗବାନ ବିଷ୍ଣୁଙ୍କର ସମସ୍ତ ଅବତାରକୁ ପୂଜା କରିବା ଠିକ୍‌ ବୋଲି ବିବେଚନା କରାଯାଏ। ଏହି ସମୟରେ ବ୍ରଜ ଭୂମି ଯାତ୍ରା କରିବା ଶୁଭ। କରୋନା ଯୋଗୁ ବ୍ରଜଭୂମି ଯାତ୍ରା କଷ୍ଟକର । ତେଣୁ ଘରେ ରହି ପୂଜା କରିବା ସବୁଠାରୁ ଭଲ।