Categories: ଫୁରସତ

ଆମାଜନ ଜଙ୍ଗଲରେ ମାସେ ବିତାଇ ୧୭ କେଜି ଓଜନ ହ୍ରାସ

ବ୍ରାସିଲିଆ: ଜଣେ ବ୍ୟକ୍ତି ବ୍ରାଜିଲର ଆମାଜନ ଜଙ୍ଗଲରେ ହଜିଯାଇଥିଲେ। ସେ ହଜିବାର ୩୧ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସେତେବେଳେ ସେ ଆମାଜନ ଜଙ୍ଗଲରେ ବଞ୍ଚିବାକୁ କିପରି ସଂଘର୍ଷ କରିଥିଲେ ସେ ବିଷୟରେ କହିଛନ୍ତି। ୩୦ ବର୍ଷୀୟ ଝୋନାଟାନ ଏକୋଷ୍ଟା ଆମାଜନର ବର୍ଷା ଜଙ୍ଗଲକୁ ୪ଜଣ ସାଙ୍ଗଙ୍କ ସହିତ ଶିକାର ଯାତ୍ରାରେ ଯାଇଥିଲେ। କିନ୍ତୁ ସେ ଜାନୁୟାରୀ ୨୫ ପରଠାରୁ ତାଙ୍କ ସାଥୀଙ୍କଠାରୁ ଅଲଗା ହୋଇଯାଇଥିଲେ। ସେହି ଜଙ୍ଗଲରେ ବଞ୍ଚିବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସେ କହିଛନ୍ତି, ତାଙ୍କୁ ବଞ୍ଚିବାକୁ ଜଙ୍ଗଲରେ ଥିବା କୀଟପତଙ୍ଗ ଖାଇବାକୁ ପଡିଥିଲା। ସେଠାରେ ସେହି ସମୟରେ ଅଧା ବର୍ଷା ହୋଇଥିବାବେଳେ ସେ ତାଙ୍କ ବୁଟ୍‌ରେ ପାଣି ସଂଗ୍ରହ କରିଥିଲେ। ହେଲେ ପରେ ଅଧିକ ପାଣିର ଆବଶ୍ୟକ ହେତୁ ତାଙ୍କୁ ନିଜ ପରିସ୍ରା ପିଇବାକୁ ପଡିଥିଲା। ସେ ଜଙ୍ଗଲରେ ହଜିଯାଇଥିବା ନେଇ ଜାନୁୟାରୀ ଶେଷ ବେଳକୁ ତାଙ୍କ ପରିବାର ଜାଣିବାକୁ ପାଇଥିଲେ। ସେ ହଜିବାର ଠିକ୍‌ ମାସେ ଅର୍ଥାତ୍‌ ଗତ ଶନିବାର ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଛନ୍ତି। ସେତେବେଳକୁ ତାଙ୍କ ଓଜନ ୧୭ କିଲୋ ହ୍ରାସ ହୋଇଯାଇଥିବା ଜଣାପଡିଛି। ଏଥିସହ ସେ ଜଙ୍ଗଲରେ ଜଙ୍ଗଲୀ ପ୍ରାଣୀଙ୍କଠାରୁ ବଞ୍ଚିବାକୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି।

Share