Categories: ଜାତୀୟ

ଓଜନ କମାଅ

ପାଟନା,୧୩ା୭: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ଓଜନ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ମୋଦି ବିହାର ଆସେମ୍ବ୍ଲିରେ ଶତାବ୍ଦୀ ସ୍ମୃତିସ୍ତମ୍ଭ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଜସ୍ବୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ସାରି ଫେରିବା ବେଳକୁ ମୋଦି ତେଜସ୍ବୀଙ୍କ ସହ କିଛି ସମୟ କଥା ହୋଇଥିଲେ। ସେ ସମୟରେ ମୋଦି ତାଙ୍କୁ ଓଜନ କମାଇବାର ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟକୁ ସେ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ଅନେକ ସମୟରେ ୭୧ ବର୍ଷୀୟ ମୋଦି ଯୋଗାଭ୍ୟାସ କରୁଥିବାର ଭିଡିଓ ଭାଇରାଲ ହେଉଥିବାବେଳେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ଖାଇବା ନେଇ ମୋଦି ସବୁବେଳେ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଉଥିବାର ଦେଖାଯାଇଛି।

Share