ସୌନ୍ଦର୍ଯ୍ୟ ହରାଉଛି ‘ଆଇ ଲଭ୍‌ ଦାରିଙ୍ଗବାଡ଼ି ସାଇନ୍‌ ବୋର୍ଡ’

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଆଉ କିଛି ଦିନ ପରେ ଏଠାରେ ଆରମ୍ଭ ହେବ ଶୀତ ମହୋତ୍ସବ। ଏନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦାରିଙ୍ଗବାଡ଼ି ଏହି ମହୋତ୍ସବ ପାଇଁ ସଜେଇ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି। ହେଲେ ଦାରିଙ୍ଗବାଡ଼ିକୁ କେବଳ ପର୍ଯ୍ୟଟକ ଆସନ୍ତି ତାହା ନୁହଁ, ଦାରିଙ୍ଗବାଡ଼ି ବଜାର ଉପରେ ୨୫ଟି ପଞ୍ଚାୟତର ବାସିନ୍ଦା ନିର୍ଭର କରିଥାନ୍ତି। ତେବେ ଦାରିଙ୍ଗବାଡ଼ି ୪ ଛକ ଉପରେ ଅଞ୍ଚଳବାସୀ ସମେତ ବଜାର ବାସିନ୍ଦା ନିର୍ଭର କରୁଛନ୍ତି।

ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ‘ଆଇ ଲଭ୍‌ ଦାରିଙ୍ଗବାଡ଼ି’ଏକ ସୁନ୍ଦର ସାଇନ ବୋର୍ଡ ଆଲୁଅ ସହ ସ୍ଥାପନ କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକକୁ ଲାଗି ଏହି ସାଇନ୍‌ବୋର୍ଡ ଟି ରହିଥିବା ବେଳେ ତାକୁ ଡମ୍ପିୟାର୍ଡ ଭାବେ ସ୍ଥାନୀୟ ବାସିନ୍ଦା ବ୍ୟବହାର କରୁଥିବାବେଳେ ଦାରିଙ୍ଗବାଡ଼ିକୁ ଆସୁଥିବା ଜନସାଧାରଣ ମଧ୍ୟ ବସ୍‌କୁ ଅପେକ୍ଷା କରିବା ପାଇଁ ସେଠାରେ ବିଶ୍ରାମଗାର ଭାବେ ବ୍ୟବହାର କରୁଛନ୍ତି। ଏଥିସହିତ ଅଳିଆ ଆବର୍ଜନା, ପ୍ଲାଷ୍ଟିକ, ପଲିଥିନ ଆଦି ପକାଇ ପରିବେଶକୁ ଦୂଷିତ କରିଥାନ୍ତି। ସେହିପରି ଉକ୍ତ ସାଇନବୋର୍ଡ ସମ୍ମୁଖରେ ଉଠା ଦୋକାନୀମାନେ ବିଭିନ୍ନ ଦୋକାନ ଖୋଲି ଭିଡ଼ ଜମାଇଥାନ୍ତି। ଫଳରେ ସୌନ୍ଦର୍ଯ୍ୟ ଦିଶିବା ବଦଳରେ ଉକ୍ତ ଭିଡ଼ ମଧ୍ୟରେ ସାଇନବୋର୍ଡଟି ଲୁଚିଯାଉଛି ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଆଇ ଲଭ ଦାରିଙ୍ଗବାଡ଼ି ସାଇନ୍‌ବୋର୍ଡଟି ରହିଯାଇଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ

ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ...

ସାବୁନ ଫେଣର କଥା: ସାବୁନ ଯେଉଁ ରଙ୍ଗର ହେଉ ନା କାହିଁକି ଫେଣ କିନ୍ତୁ ଧଳାରଙ୍ଗ ଜାଣନ୍ତୁ କାହିଁକି ?

ଗାଧୋଇବା ସମୟରେ ହେଉ କି ଲୁଗା ସଫା ଅବା ବାସନ ମାଜିବାବେଳେ ବ୍ୟବହାର କରାଯାଉଥିବା ସାବୁନ୍‌ରୁ ଫେଣ ବାହାରୁଥିବା ଦେଖିଥିବେ। ସାବୁନ ଯେଉଁ ରଙ୍ଗର ହେଉ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତର ଶକ୍ତି ବୃଦ୍ଧି: ଫ୍ରାନ୍ସ ଦେଲା ୨୬ ଯୁଦ୍ଧ ବିମାନ

ନୂଆଦିଳ୍ଲୀ,୨୮।୪: ଗୋଟିଏ ପଟେ, ଭାରତ ପହଲଗାମ ଆକ୍ରମଣର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ଏହା ସହିତ, ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି...

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ...

ଭୁବନେଶ୍ୱର ଷ୍ଟେଶନରେ ହାଇ ଆଲର୍ଟ: ଆର୍‌ପିଏଫ୍‌ର ଫ୍ଳାଗ ମାର୍ଚ୍ଚ

ଭୁବନେଶ୍ୱର,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ,...

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image