ହାରୁଛି କରୋନା…

ନୂଆଦିଲ୍ଲୀ,୧୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୨୯୯ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୧ ହଜାର ୯୨୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୬ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୩୪ ହଜାର ୯୬ ରହିଛି। ୫୨୩ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୩ ହଜାର ୬୫୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୧୨ କୋଟି ୩୪ ଲକ୍ଷ ୩୦ ହଜାର ୪୭୮ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୩୦ ଲକ୍ଷ ୨୦ ହଜାରରୁ ଅଧିକ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୩ କୋଟିରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଜଣ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୮ ଲକ୍ଷ ୪୯ ହଜାର ୭୮୫ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ କୋଟି ୪୪ ଲକ୍ଷ ୪୭ ହଜାର ୫୩୬ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୫,୮୪୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୪୬ ରହିଛି। ସେହିପରି ରାଜ୍ୟରେ ଏହି ସମୟ ମଧ୍ୟରେ ୭,୨୨୮ ଜର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ଭାରତ ଉପରେ ପଡ଼ିଲା ସୂର୍ଯ୍ୟଙ୍କ କୋପ ଦୃଷ୍ଟି, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧।୧: ୧୯୦୧ ମସିହା ପରଠାରୁ ଭାରତରେ ୨୦୨୪ ବର୍ଷ ସବୁଠାରୁ ଉଷ୍ମ ଥିଲା। ହାରାହାରି ସର୍ବନିମ୍ନ ତାପମାତ୍ରା ୦.୯୦ ଡିଗ୍ରୀ ସେଲସିୟସ ଦୀର୍ଘ ସମୟର ହାରାହାରିଠାରୁ...

ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ...

୧୦ ଦିନ ପରେ ବୋରୱେଲରୁ ବାହାରିଲା ୩ ବର୍ଷୀୟ ଚେତନା, ମୃତ ଘୋଷଣା କଲେ ଡାକ୍ତର

ରାଜସ୍ଥାନ,୧।୧: ରାଜସ୍ଥାନର ଅଲୱାର, କୋଟପୁଟଲିରେ ଫସି ରହିଥିବା ତିନି ବର୍ଷୀୟ ‘ଚେତନା’ଙ୍କୁ ଦଶମ ଦିନରେ ବୋରୱେଲରୁ ବାହାର କରାଯାଇଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା...

କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍‌ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ...

ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ...

କଣ୍ଡୋମଠାରୁ ଆରମ୍ଭ କରି ଅଙ୍ଗୁରୁ ପର୍ଯ୍ୟନ୍ତ, ନୂଆବର୍ଷ ରାତିରେ ସର୍ବାଧିକ ଏହି ଜିନିଷ ଅର୍ଡର କଲେ ଭାରତୀୟ

ନୂଆଦିଲ୍ଲୀ,୧।୧: ଅଧିକାଂଶ ଭାରତୀୟ ୨୦୨୪ ବର୍ଷ ଶେଷ ରାତିରେ ୨୦୨୫ କୁ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ସ୍ୱାଗତ କରିଥିଲେ। ବର୍ତ୍ତମାନ ଭାରତୀୟଙ୍କ ଅନଲାଇନ୍...

ବର୍ଷର ପ୍ରଥମ ଦିନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ...

ନୂଆବର୍ଷରେ ଯାତ୍ରୀଙ୍କୁ ବଡ଼ ଉପହାର ଦେଲା ଏୟାର ଇଣ୍ଡିଆ: ଏଣିକି ମାଗଣାରେ ହେବ…

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ବଡ ଉପହାର ଦେଇଛି। ଘରୋଇ ବିମାନରେ ୱାଇ-ଫାଇ ଇଣ୍ଟରନେଟ ପ୍ରବର୍ତ୍ତନ କରିଥିବା ଏୟାର ଇଣ୍ଡିଆ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri