ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା

ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୩ ଅଗଷ୍ଟ ମଧ୍ୟରେ ଦେଶରେ ୨ କୋଟି ୬୮ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ତେବେ ଅଗଷ୍ଟ ୨୫ ସୁଦ୍ଧା ନମନା ପରୀକ୍ଷା ସଂଖ୍ୟା ୩ କୋଟି ୬୮ ଲକ୍ଷ ଛୁଇଁଛି। ପୂର୍ବରୁ ସଂକ୍ରମଣ ହାର ୮.୯୩ ଥିବାବେଳେ ଏବେ ଏହା ହ୍ରାସ ପାଇ ୮.୬୦ରେ ପହଞ୍ଚିଛି। ସେହିପରି କରୋନା ଆକ୍ଟିଭ୍‌ଙ୍କ ହାର ୨୨.୨ ପ୍ରତିଶତ ଥିବାବେଳେ ସୁସ୍ଥ ହେବା ହାର ୭୫ ପ୍ରତିଶତରୁ ଅଧିକ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share