ରାୟଗଡ଼ା ଅଫିସ,୧୫।୨ କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ବିରୋଧରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏନେଇ ରାୟଗଡ଼ା-କପିଳାଶ ଛକଠାରେ ଯାନବାହନ ଅଟକାଇ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଛନ୍ତି । ପରେ ସେମାନେ ପିକେଟିଂ ମଧ୍ୟ କରି ସହର ପରିକ୍ରମା କରିଛନ୍ତି।