ଗଣତନ୍ତ୍ରର କ୍ଷତି

ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଦୀର୍ଘ ତଥା ଯନ୍ତ୍ରଣାଦାୟକ ନିର୍ବାଚନ ଶେଷ ହୋଇଯାଇଛି। ଏକ୍‌ଜିଟ ପୋଲ୍‌ରେ ନିର୍ବାଚନ ଫଳାଫଳକୁ ନେଇ ଅନେକ ଆକଳନ ସାମ୍ନାକୁ ଆସିବ । କିନ୍ତୁ ସେମାନଙ୍କ ତ୍ରୁଟିପୂର୍ଣ୍ଣ ରେକର୍ଡ ଉପରେ ଧ୍ୟାନଦେବାକୁ ହେବ। ୨୦୨୧ରେ କେବଳ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଏକଚତୁର୍ଥାଂଶ ଫଳାଫଳ ଭୁଲ୍‌ ହୋଇଥିଲା। ଏହି ଦୀର୍ଘ ସମୟର ନିର୍ବାଚନ ଘୋଷଣା ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ଭାଜପା ସଂଖ୍ୟାଗରିଷ୍ଠତା ପାଇବ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ସମ୍ପ୍ରତି ଏମିତି କିଛି ହେବ ବୋଲି ଅନେକେ ନିଶ୍ଚିତ ନୁହନ୍ତି, କିନ୍ତୁ ଆମକୁ ଏହା ଉପରେ ବିଚାର କରିବାକୁ ହେବ। ତେବେ ଫଳାଫଳ ନ ଜାଣି ଏଯାବତ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ବିଷୟରେ କ’ଣ କୁହାଯାଇପାରେ? ପ୍ରଥମଟି ହେଉଛି, ଯିଏ ଜତୁ ନା କାହିଁକି, ଏହା ଏକ ମୁକ୍ତ କିମ୍ବା ନିରପେକ୍ଷ ନିର୍ବାଚନ ନୁହେଁ। ପ୍ରଚାର ଆରମ୍ଭ ହେବା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଜେଲରେ ଥିଲେ। ସେମାନେ ଦୋଷୀ ସାବ୍ୟସ୍ତ ହେତୁ ନୁହେଁ ବରଂ ଭାଜପା ଚାହୁଁଥିବାରୁ ସେମାନଙ୍କୁ ଜେଲରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କିଛିଦିନ ପ୍ରଚାର ପାଇଁ ମୁକ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାଙ୍କୁ ଜେଲକୁ ଫେରିବାକୁ ପଡ଼ିବ। ଭାଜପା ନିୟନ୍ତ୍ରିତ ଏଜେନ୍ସି ଦ୍ୱାରା ବିରୋଧୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଗଲା। ଦୁଃଖର ବିଷୟ, ନିର୍ବାଚନ ଆୟୋଗ ନିଜର ବିଶ୍ୱସନୀୟତା ଓ ସ୍ବଚ୍ଛତା ପ୍ରତି କ୍ଷତି ପହଞ୍ଚାଇଲେ। ଉଭୟ ନିର୍ବାଚନ ପର୍ଯ୍ୟାୟର ଯୋଜନା ଏବଂ କାର୍ଯ୍ୟକାରିତାକୁ ନିୟନ୍ତ୍ରଣକରିବା ପାଇଁ ଭାଜପାକୁ ଅନୁମତି ଦେଲେ। ବିରୋଧୀଙ୍କୁ ଆୟୋଗର ଅସମ୍ମାନିତ କଲାଭଳି ଉତ୍ତର, ମୁସଲମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଘୃଣା ମନ୍ତବ୍ୟ ଉପରେ କାର୍ଯ୍ୟ କରିବାକୁ ମନା କରିବା ଏବଂ ଠିକ୍‌ ସମୟରେ ପୋଲ୍‌ ତଥ୍ୟ ପ୍ରକାଶ କରିବାକୁ ମନା କରିବା ହିଁ ଗଣତନ୍ତ୍ରର କ୍ଷତି କରିଛି। ନିର୍ବାଚନ ବଣ୍ଡ୍‌ ଯୋଜନା ଅସାମ୍ବିଧାନିକ ବୋଲି କୋର୍ଟ କହିଥିଲେ ମଧ୍ୟ ଏହା ଅଧୀନରେ ସଂଗ୍ରହ କରାଯାଇଥିବା ଅନେକ ହଜାର କୋଟି ଟଙ୍କା ଏହି ନିର୍ବାଚନରେ ବ୍ୟବହାର ହୋଇଥିଲା ଏବଂ ମୋ ମତରେ ଏହା ନିର୍ବାଚନର ସ୍ବଚ୍ଛ ବ୍ୟବସ୍ଥାରେ କ୍ଷତି ପହଞ୍ଚାଇଲା। ଆସନ୍ତୁ, ଦେଖିବା ଏହି ସମ୍ଭାବନାଗୁଡ଼ିକ କ’ଣ। ଯେହେତୁ ଜନମତ ସର୍ଭେଗୁଡ଼ିକ ଏକମତ ହୋଇଥିଲେ, ସେଥିପାଇଁ ସମାନ ସଂଖ୍ୟାଗରିଷ୍ଠତା ସହ ନରେନ୍ଦ୍ର ମୋଦି ପୁନର୍ବାର କ୍ଷମତାକୁ ଫେରିବେ ବୋଲି ଅତ୍ୟଧିକ ସମ୍ଭାବନା ସୃଷ୍ଟି ହୋଇଥିଲା । ଏ କ୍ଷେତ୍ରରେ ଜଣେ ଅଧିକ ଆଶା କରିବା ଉଚିତ। ସେ ଏକ ଦେଶକୁ ରାଜତନ୍ତ୍ର ଭାବେ ଚଲାଇଛନ୍ତି । ଏଜେନ୍ସିଗୁଡ଼ିକର ଅପବ୍ୟବହାରକରି ବିରୋଧୀ ଦଳ ଉପରେ ଆକ୍ରମଣ ଜାରି ରହିବ, ନାଗରିକ ସମାଜ ବିଲୁପ୍ତହେବାକୁ ବାଧ୍ୟହେବ ଏବଂ ବିଶ୍ୱର ସୂଚକାଙ୍କରେ ଭାରତର ଅବନତି ଜାରି ରହିବ। ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କ ଉପରେ ଅନ୍ୟାୟ କାର୍ଯ୍ୟ ଚାଲିବ। ସଂସ୍ଥାଗୁଡ଼ିକର ମାନ ହ୍ରାସ ହେବ।
ଜଣେ ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଛନ୍ତି, ଅର୍ଥ ବ୍ୟବସ୍ଥାରେ କର୍ପୋରେଟ କବ୍‌ଜା ଜାରି ରହିବ। ସଂକ୍ଷେପରେ ଆଜି ଆମେ ଚାରିପାଖରେ ଯାହା ଦେଖୁଛୁ ତାହା ପୂର୍ବପରି ରହିବ। ଗୁଜରାଟ ଭଳି ଏକ ଦଳୀୟ ରାଜ୍ୟ ହୋଇ ରହିବା କ୍ଷତିକାରକ। ସେଠାରେ ବିରୋଧୀ ଅଛନ୍ତି, କିନ୍ତୁ ଅନିଚ୍ଛାରେ କାମ କରୁଛି। ସୁରଟ ଏବଂ ବାରାଣସୀରେ ବିରୋଧୀ ତଥା ଆଶାୟୀ ପ୍ରାର୍ଥୀଙ୍କ ସହ ଯାହା ଘଟିଛି ତାହା ଅଧିକ ସ୍ଥାନରେ ପୁନରାବୃତ୍ତି ହେବ। ଏହା ସ୍ବୀକାର କରିବା ଉଚିତ , ଯଦି ମୋଦି ପୁନର୍ବାର ଜିତନ୍ତି ତେବେ ସେ ସବୁଠୁ ସଫଳ ନେତା ହେବେ ଏବଂ ତିନିଟି ବିଧାନସଭା ଜିତିବା ପରେ କ୍ରମାଗତ ତିନିଟି ଲୋକ ସଭା ଜିତିବାର ବିରଳ ସଫଳତା ପାଇବେ। ଦ୍ୱିତୀୟରେ ଭାଜପା ଯଦି ୨୫୦ ସିଟ୍‌ ପାଇ ସରକାର ଗଠନ କରେ, ତେବେ ଏହି କ୍ଷେତ୍ରରେ ପରିସ୍ଥିତି ବିଭିନ୍ନ ଉପାୟରେ ପରିବର୍ତ୍ତନ ହେବ। ପ୍ରଥମେ ସହଯୋଗୀମାନେ ନିଜକୁ ଦୃଢ଼ କରିବା ଆରମ୍ଭ କରିବେ । ମୋଦି ଏଭଳି ସ୍ଥିତିରେ ରହି ଅଧିକ ଗଣତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରିପାରିବେ ନାହିଁ। ସରକାରକୁ ଏହି ସ୍ଥିତି ଅଧିକ ଅସ୍ଥିର କରିବ। ନାଗପୁରରେ ସର୍ବଦା ଭବିଷ୍ୟତରେ ସଫଳ ହେବା ଲାଗି ଯୋଜନା କରୁଥିବା ବୟସ୍କମାନେ ଖୋଲାଖୋଲି ଭାବେ ନିଜ ବିଚାରକୁ ପ୍ରକାଶ କରିବା ସହ ଅଧିକ ଦୃଶ୍ୟମାନ ହେବେ। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଲେ କିଛି ପ୍ରସଙ୍ଗ ବଦଳିଯିବ। କାରଣ ଧର୍ମାନ୍ଧତା ହେତୁ ଭାଜପା ଲୋକପ୍ରିୟତା ଉପଭୋଗ କରୁଥିବା ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ଏହା ଘଟିଥାଏ। ଆଜି ଭାରତ କେବଳ ନାମରେ ଫେଡେରାଲ। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟ) ଲାଗୁ କରିବାରେ ରାଜ୍ୟଗୁଡିକର କୌଣସି କ୍ଷମତା ନାହିଁ। ଆଇନଶୃଙ୍ଖଳା ରାଜ୍ୟ ପ୍ରସଙ୍ଗ ହେଲେ ମଧ୍ୟ ଦିଲ୍ଲୀ, ଝାଡ଼ଖଣ୍ଡ, କର୍ନାଟକ, ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଏବଂ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ କରିବାକୁ କେନ୍ଦ୍ର ଏହାର ଏଜେନ୍ସିଗୁଡ଼ିକୁ ପଠାଇଛି। କେନ୍ଦ୍ର ସରକାର ଏଭଳି ସ୍ଥିତିରେ ପରିବର୍ତ୍ତନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଏବଂ ଏହାର ସମାଧାନ ପାଇଁ କୌଣସି ଚେଷ୍ଟା କରାଯାଇ ନାହିଁ। ଏହାକୁ ଏକ ମିଳିତ ସରକାର ବଦଳାଇବାର ସମ୍ଭାବନା ରହିଛି ଏବଂ ଏହା ଆମ ଦେଶ ପାଇଁ ଭଲ। ଅବଶ୍ୟ ଶେଷ ସମ୍ଭାବନା ନିଶ୍ଚିତ ଭାବରେ ଭାଜପା ହରାଇଛି। ଜନମତ ସର୍ଭେ ପରିପ୍ରେକ୍ଷୀରେ ସବୁଠାରୁ କମ୍‌ ସମ୍ଭାବନା ରହିଛି। ମୋ ମତରେ ଏହା ଏକ ଭଲ ପରିଣାମ ହେବ ଏବଂ ବ୍ୟକ୍ତିଗତ ପସନ୍ଦ ହେତୁ ନୁହେଁ। ସରକାରରେ ପରିବର୍ତ୍ତନ ହେଲେ ଗଣତନ୍ତ୍ର ନିଜକୁ ନବୀକରଣ ଓ ମଜଭୁତ କରେ। ଅପରପକ୍ଷେ ଅନେକ ଦଶନ୍ଧି ଧରି ଶାସନ କରୁଥିବା ଭ୍ଲାଡିମିର ପୁଟିନ, ଶି ଜିନ୍‌ପିଙ୍ଗ୍‌ ଏବଂ କିମ୍‌ଙ୍କ କାର୍ଯ୍ୟରେ କ୍ୱଚିତ ସକାରାତ୍ମକ ପରିଣାମ ସୃଷ୍ଟି ହୁଏ। କିଛି ଜିନିଷ, ସେଥିମଧ୍ୟରୁ ଅନେକ, ଯାହା ଆମେ ୨୦୧୪ଠାରୁ ଗ୍ରହଣ କରିଛୁ ,ସେଥିରୁ ମୁକ୍ତି ପାଇବା ଆବଶ୍ୟକ । ଏହା ସତ୍ୟ ଯେ ଆମର ଗଣତନ୍ତ୍ର ଆମକୁ କୋର୍ଟ କିମ୍ବା ପ୍ରତିବାଦ ମାଧ୍ୟମରେ ପ୍ରତିରୋଧ କରିବାର ବିକଳ୍ପ ବାଟ ଦେଇଛି। କିନ୍ତୁ ନିିର୍ବାଚନ ହେଉଛି ଏକମାତ୍ର ପଥ, ଯେଉଁଥିରେ ଢାଞ୍ଚାଗତ ଭାବେ ଗଠନମୂଳକ ପରିବର୍ତ୍ତନ ହୋଇଥାଏ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ...

ସମୟ ବଦଳିଗଲାଣି

ଡ. ସନ୍ତୋଷ କୁମାର ମହାପାତ୍ର ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି,...

ସେଇ ଚମତ୍କାରୀ ଚକାଆଖି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ...

ବାଇଡେନ୍‌ଙ୍କ ବୟସ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି।...

ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩...

ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ।...

ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି।...

Dillip Cherian

ଯୋଗୀଙ୍କ ସଙ୍କେତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri