Posted inଜାତୀୟ

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୩୨ ମହଲାର ଆପେକ୍ସ ଟାଓ୍ବାର ଏବଂ ୨୯ ମହଲା ବିଶିଷ୍ଟ ସିୟାନେ ଟାଓ୍ବାରକୁ ବିସ୍ଫୋରକ ମାଧ୍ୟମରେ ଧ୍ୱଂସ କରାଯାଇଛି। ଏଥିପାଇଁ ୩,୭୦୦ କେ.ଜି. ଏକ୍ସପ୍ଲୋସିଭ୍‌ ବ୍ୟବହାର ହୋଇଥିଲା। କୁତବମିନାରଠାରୁ ବଡ଼ ବେଆଇନ ଭାବେ ନିର୍ମିତ ଏତେ ବଡ଼ ଅଟ୍ଟାଳିକା ଭଙ୍ଗାଯିବା ଦେଶର ପ୍ରଥମ ଘଟଣା। ଏଥିପାଇଁ ସ୍ବତନ୍ତ୍ର ଭାବେ ଇମ୍ପ୍ଲୋଜନ୍‌ ଟେକ୍‌ନିକ୍‌ ବ୍ୟବହାର ହୋଇଥିଲା।
ଖାୟ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ ସୁପ୍ରିମକୋର୍ଟ ସୁପରଟେକ୍‌ ଟାଓ୍ବାରକୁ ଭାଙ୍ଗିବା ପାଇଁ ୨୦୨୧ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିରାଟକାୟ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍‌ ଓ୍ବେ ନିକଟରେ ନିର୍ମିତ ଏହି ଟୁଇନ୍‌ ଟାଓ୍ବାରକୁ ଧ୍ୱଂସ କରିବା ନିମନ୍ତେ ମୁମ୍ବାଇର ଏଡିଫିସ୍‌ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍‌ ଡିମୋଲିଶନ କମ୍ପାନୀ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ବୈଷୟିକ ତ୍ରୁଟି ଯୋଗୁ କିଛି ମାସ ଟାଓ୍ବାର ଭାଙ୍ଗିବା କାର୍ଯ୍ୟ ଘୁଞ୍ଚିବା ପରେ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ବିଲ୍ଡିଂ ପିଲାରରେ ପ୍ରାୟ ୭ ହଜାର କଣା କରାଯାଇ ସେଥିରେ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ଏଥିରେ ପ୍ରାୟ ୨୦ ହଜାର ସର୍କିଟ କରାଯାଇଥିଲା। ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିବା ଏକ୍ସପ୍ଲୋସିଭ୍‌ ୩ ଅଗ୍ନି ମିଶାଇଲ, ୧୨ ବ୍ରହ୍ମୋସ୍‌ କିମ୍ବା ୪ ପୃଥ୍ବୀ ମିଶାଇଲ ପରି ଶକ୍ତିଶାଳୀ। ଆଖପାଖ ବିଲ୍ଡିଂ ଏବଂ ଅଞ୍ଚଳକୁ ଯେପରି ବିଲ୍ଡିଂ ଭଗ୍ନାବଶେଷରୁ ବାହାରିବାକୁ ଥିବା ଧୂଳି, ଧୂଆଁ ନ ଯାଏ ସେଥିପାଇଁ ୩ ସ୍ତରୀୟ ପରଦା ବ୍ୟବସ୍ଥା କରାଯାଇଥିଲା। ଅଟ୍ଟାଳିକା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଥିଲା। ପାଖ ବିଲ୍ଡିଂ ଏବଂ ସୋସାଇଟିରୁ ପ୍ରାୟ ୫ ହଜାର ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଏବଂ ୧୫୦ ପୋଷା ପ୍ରାଣୀଙ୍କୁ କିଛି ଘଣ୍ଟା ପାଇଁ ସେହି ସ୍ଥାନରୁ ଦୂରକୁ ନିଆଯାଇଥିଲା। ଓ୍ବାଟରଫଲ୍‌ ଇମ୍ପ୍ଲୋଜନ୍‌ କୌଶଳରେ ବିସ୍ଫୋରଣ ପରେ ଏହି ଦୁଇ ଟାଓ୍ବାରରୁ ପ୍ରାୟ ୮୦ ହଜାର ଟନ୍‌ ଭଗ୍ନାବଶେଷ ବାହାରିଛି। ତାହାକୁ ସେଠାରୁ ସଫା କରିବା ପାଇଁ ୩ ମାସ ସମୟ ଲାଗିବ। ଯୋଜନା ଅନୁସାରେ ସୁରକ୍ଷିତ ଭାବେ ବିଲ୍ଡିଂ ଭଙ୍ଗା କାମ ଶେଷ ହୋଇଥିବା ନୋଏଡ଼ା ପୋଲିସ କମିଶନର ଆଲୋକ କୁମାର କହିଛନ୍ତି।
ଏହି ଟୁଇନ ଟାଓ୍ବାର ଭଙ୍ଗାଯିବା ଯୋଗୁ ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା କମ୍ପାନୀ କହିଛି। ସୁପରଟେକ୍‌ ଲିମିଟେଡ୍‌ର ସୂଚନା ଅନୁସାରେ, ଟୁଇନ୍‌ ଟାଓ୍ବାର ପ୍ରୋଜେକ୍ଟ ପାଇଁ ଜମି କିଣିବା ନିମନ୍ତେ କମ୍ପାନୀ ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଲେଆଉଟ୍‌ ସ୍ବୀକୃତି ନିମନ୍ତେ ନୋଏଡା କର୍ତ୍ତୃପକ୍ଷଙ୍କ ଅନୁମତି ପାଇଁ ଆଉ ୨୫ କୋଟି ଲାଗିଥିଲା। ଷ୍ଟିଲ, ସିମେଣ୍ଟ, ବାଲି, ମଜୁରି, ବ୍ୟାଙ୍କ ଋଣ, ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ ୪୫୦ କୋଟି ନିବେଶ ହୋଇଥିଲା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

ଶୀତକାଳୀନ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫ା୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି...

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri