ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍‌ଡି ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି। ଉଦ୍ୟୋଗ ମଣ୍ଡଳ ଅଧ୍ୟକ୍ଷ ସଞ୍ଜୟ ଅଗ୍ରଓ୍ବାଲଙ୍କ ଅନୁସାରେ ଆନ୍ଦୋଳନ ଯୋଗୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଉତ୍ପାଦନ ଏବଂ ପରିବହନ ସେବା ବାଧାପ୍ରାପ୍ତ ଯୋଗୁ ଏଭଳି ଆର୍ଥିକ ସଙ୍କଟ ଦେଖାଦେଇଛି। ସେହିପରି ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ ଦେଶର ଅନ୍ୟ ଅଞ୍ଚଳରୁ ଦିଲ୍ଳୀକୁ ସାମଗ୍ରୀ ପରିବହନ ହୋଇ ପାରୁନାହିଁ। ଦିଲ୍ଲୀରେ ଇତିମଧ୍ୟରେ ୨୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ସେ କହିଛନ୍ତି।

Share