Categories: ବାଣିଜ୍ୟ

ଚତୁର୍ଥ ତ୍ରୈମାସରେ ଅଧିକାଂଶ କମ୍ପାନୀଙ୍କୁ କ୍ଷତି

ନୂଆଦିଲ୍ଲୀ,୩୦।୬ : ଦେଶର ମୁଖ୍ୟସ୍ରୋତରେ ରହିଥିବା ଅଧିକାଂଶ କମ୍ପାନୀ ୨୦୧୯-୨୦ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ କ୍ଷତି ସହିଛନ୍ତି। ବ୍ୟାଙ୍କ ଏବଂ ସଫ୍ଟଓ୍ବେର ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକୁ ଏହା ମଧ୍ୟରେ ସାମିଲ କରାଯାଇନାହିଁ। ଶିଳ୍ପଜଗତର ମୁଖ୍ୟସ୍ରୋତ କମ୍ପାନୀଗୁଡିକର ଟିକସ ପୂର୍ବବର୍ତ୍ତୀ କ୍ଷତି ୨୭୦୦ କୋଟି ଟଙ୍କା ରହିଛି। ଏହି ତ୍ରୈମାସରେ ଭାରତରେ ମାତ୍ର ୭ ଦିନ ଲକ୍‌ଡାଉନ ରହିଥିଲା। ମାତ୍ର ବିଶ୍ୱ ବଜାରରେ ଚାହିଦା ହ୍ରାସ, କମୋଡିଟି ମୂଲ୍ୟ ଉପରେ ପ୍ରଭାବ ପଡିବା ଯୋଗୁ ବଜାର ଫେବୃୟାରୀରୁ କ୍ଷତିଗ୍ରସ୍ତ ରହିଛି। ବିଶ୍ୱ ବଜାରରେ କରୋନା ଭାଇରସ୍‌ ବ୍ୟାପିବା ଯୋଗୁ କମ୍ପାନୀଗୁଡିକ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଏହା ଫଳରେ ମାନୁଫାକ୍‌ଚରରଙ୍କୁ କ୍ଷତି ସହିବାକୁ ପଡିଛି। ୧୦୦୨ ପଞ୍ଜୀକୃତ କମ୍ପାନୀଙ୍କୁ ଏଥିରେ ସାମିଲ କରାଯାଇଛି। ସେହିଭଳି ବ୍ୟାଙ୍କ, ଅଣବ୍ୟାଙ୍କ ଲେଣ୍ଡର, ବୀମା, ବ୍ରୋକ୍‌ରେଜ, ଆଇଟି ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକୁ ରିପୋର୍ଟରେ ସାମିଲ କରାଯାଇନାହିଁ।

Share