Categories: ଫୁରସତ

ସୋସିଆଲ ମିଡିଆରେ ଏହି ଭୁଲ୍‌ ଯୋଗୁ ଯୁବକ ହରାଇଲେ ୧୮ ହଜାର କୋଟି ଟଙ୍କା

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଯେତେବେଳେ ଯେଉଁ ଫଟୋ ପସନ୍ଦ ଆସୁଛି ସେହି ଫଟୋ ପୋଷ୍ଟ କରିଦେଉଛନ୍ତି। ମାତ୍ର ବେଳେ ସାମାନ୍ୟ ଭୁଲ୍‌ ଯୋଗୁ ଅନେକ କ୍ଷତି ମଧ୍ୟ ଘଟୁଛି। ଏମିତି ଏକ ମାମଲା ଚାଇନାରୁ ଆସିଛି। ଜଣେ ଯୁବକ ଏକ କବିତା ପୋଷ୍ଟ କରିଥିଲେ। ମାତ୍ର କବିତା ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଯୁବ ବ୍ୟବସାୟୀ ଓ୍ବାଙ୍ଗ୍‌ ଜିଙ୍ଗ୍‌ ସୋସିଆଲ ମିଡିଆରେ ଏକ ପୁରୁଣା କବିତା ଶେୟାର କରିଥିଲେ। ଏହି କବିତା ତାଙ୍କୁ ଏତେ ମହଙ୍ଗା ପଡ଼ିଲା ଯେ, ତାଙ୍କର ୧୮.୩୭୦ କୋଟି ଟଙ୍କା କ୍ଷତି ଘଟିଲା।

ଏହି କବିତା ୧୧୦୦ ବର୍ଷର ପୁରୁଣା ଥିଲା। କବିତାଟି ଚାଇନାର ପୂର୍ବ ସମ୍ରାଟଙ୍କ ଦମନକାରୀ ନୀତି ଉପରେ ଲେଖାଯାଇଥିଲା। ଏହି କବିତାକୁ ଯେତେବେଳେ ଓ୍ବାଙ୍ଗ୍‌ ଜିଙ୍ଗ୍‌ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଲୋକେ ଏହାକୁ ନେଇ ଜିନ୍‌ପିଙ୍ଗ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଲେ। ଫଳରେ ଓ୍ବାଙ୍ଗ୍‌ ଜିଙ୍ଗଙ୍କ କମ୍ପାନୀ ନାମରେ ଅର୍ଥ ହଡ଼ପ ଅଭିଯୋଗ ମାମଲା ଦାୟର କରାଗଲା। ୨ ଦିନରେ ମାର୍କେଟ ଭାଲ୍ୟୁ ୩୦ ବିଲିୟନ ଡଲାର ତାଙ୍କର କ୍ଷତି ହୋଇଥିଲା। ଏହା ପଛରେ ଲୋକଙ୍କ ନାରାବାଜି ଏବଂ ନିବେଶକଙ୍କ ଅସନ୍ତୋଷ ହେବାର କାରଣ କୁହାଯାଉଛି।

ଏପରି ବିବାଦ ଠିଆ ହେବା ପରେ ଓ୍ବାଙ୍ଗ୍‌ ଜିଙ୍ଗ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ମାତ୍ର ପୋଷ୍ଟ ହଟାଇବା ପର୍ଯ୍ୟନ୍ତ ତାଙ୍କର ଅନେକ କ୍ଷତି ହୋଇସାରିଥିଲା।

Share